କାଲାବୁରାଗି: ନିଜଠୁ ୧୨ ବର୍ଷ ବଡ଼ ଅଙ୍କିତା ରାଇନାଙ୍କୁ ହରାଇ ଡବ୍‌ଲ୍ୟୁ୩୫ ଆଇଟିଏଫ୍‌ ଟ୍ରଫି ହାତେଇଛନ୍ତି ବୈଷ୍ଣବୀ ଅଦ୍‌କର। ଏହା ତାଙ୍କ କ୍ୟାରିୟରର ଦ୍ବିତୀୟ ବଡ଼ ଟ୍ରଫି। ରବିବାର ଦୁଇ ଭାରତୀୟ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍‌ରେ ବୈଷ୍ଣବୀ ୭-୬, ୬-୪ ସେଟ୍‌ରେ ୩୩ ବର୍ଷୀୟା ଅଙ୍କିତା ରାଇନାଙ୍କୁ ପରାସ୍ତ କରିଥିଲେ।

Advertisment

୨ ଘଣ୍ଟା ୧୪ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌କୁ ଟାଇବ୍ରେକର୍‌ରେ ବୈଷ୍ଣବୀ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ ସଂଘର୍ଷ ହୋଇଥିଲେ ମଧ୍ୟ ବୈଷ୍ଣବୀ ୬-୪ ସେଟ୍‌ରେ ଜିତି ଟ୍ରଫି କରାୟତ୍ତ କରିଥିଲେ। ଏହି ବିଜୟ ସହ ବିଶ୍ବର ୪୬୪ ନମ୍ବର ବୈଷ୍ଣବୀ ୩୫ ରୢାଙ୍କିଂ ପଏଣ୍ଟ କରାୟତ୍ତ କରିବା ସହ ୩୦,୦୦୦ ଡଲାର ଅର୍ଥାତ୍‌ ପ୍ରାୟ ୨୭.୫ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛନ୍ତି। ଉଭୟ ବୈଷ୍ଣବୀ ଓ ଅଙ୍କିତା ଆଗାମୀ ବିଲି ଜିନ୍‌ କିଙ୍ଗ୍‌ କପ୍‌ ଏସିଆ-ଓସେନିଆ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ରହିଛନ୍ତି।