ମୁମ୍ବାଇ: ପ୍ରଶଂସକଙ୍କ ପାଇଁ ବଡ଼ପଣ ଦେଖାଇ ଚର୍ଚ୍ଚା ପାଲଟିଛନ୍ତି ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମା। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ତାଙ୍କୁ ଝାଳ ବୋହିଥିବାର ଦେଖିବାକୁ ମିଳୁଛି। ସେ ପଡ଼ିଆ ଛାଡିବାକୁ ପ୍ରସ୍ତୁତ ହେଉଥିବା ସମୟରେ, ଜଣେ ଯୁବ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରି ତାଙ୍କ ପାଖକୁ ଦୌଡ଼ୁଥାନ୍ତି। କିନ୍ତୁ, ସେ "ହିଟମ୍ୟାନ" ପାଖରେ ପହଞ୍ଚିବା ପୂର୍ବରୁ, ରୋହିତଙ୍କ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ। ଏହି କଥାରେ ରାଗିଗଲେ ରୋହିତ। ସେ ଜୋରରେ ଯୁବ ପ୍ରଶଂସକଙ୍କୁ ଭିତରକୁ ଛାଡ଼ିବା ପାଇଁ ସୁରକ୍ଷାକର୍ମୀଙ୍କୁ କହିଲେ। କଠୋର ଭାବରେ ଦାବି କରି କହିଲେ, "ତାଙ୍କୁ ଭିତରକୁ ଆସିବାକୁ ଦିଅ"।
ରୋହିତ ଶର୍ମାଙ୍କ ଏହି ଫଟୋ ଏବଂ ଭିଡିଓଗୁଡ଼ିକ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯାହାକି ବ୍ୟାପକ ପ୍ରଶଂସା ସାଉଁଟୁଛି। ଲୋକମାନେ ରୋହିତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
— Ro³ (@45__rohan) October 10, 2025
ଜଣେ ପ୍ରଶଂସକ ଇନଷ୍ଟାଗ୍ରାମରେ ନିଜର ମତାମତ ସେୟାର କରି ଲେଖିଛନ୍ତି, "ସେ ତାଙ୍କ ପ୍ରଶଂସକଙ୍କ ପ୍ରତି କେତେ ନମ୍ର!" ଆଉ ଜଣେ କମେଣ୍ଟ କରିଛନ୍ତି, "ଅଷ୍ଟ୍ରେଲିଆ ବିପକ୍ଷରେ ହିଟମ୍ୟାନଙ୍କୁ ଏକ ବଡ଼ ସ୍କୋର କରିବା ପାଇଁ ପ୍ରାର୍ଥନା କରୁଛି!" ଆଉ ଜଣେ ପ୍ରଶଂସକ କହିଛନ୍ତି, ‘‘ଏହା ମନେ ହେଉଛି ଯେ ୧୫୦ରୁ ଅଧିକ ଇନିଂସ ଆସିବାକୁ ଯାଉଛି।’’
ଭାରତୀୟ ଦଳ ଖୁବ୍ଶୀଘ୍ର ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଯାଉଛି, ଯେଉଁଠାରେ ଦୁଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ଖେଳିବେ। ରୋହିତ ଶର୍ମାଙ୍କୁ ମଧ୍ୟ ଏହି ଦିନିକିଆ ସିରିଜ୍ରେ ସାମିଲ କରାଯାଇଛି। କ୍ରିକେଟ୍ ପ୍ରେମୀମାନେ ଆଶାବାଦୀ ଯେ "ହିଟ୍ମ୍ୟାନ୍" ଶର୍ମା ଆଗାମୀ ଗସ୍ତରେ ନିଜର ପୁରୁଣା ଫର୍ମକୁ ଫେରିବେ, ସେ ଅନେକ ଛକା ଏବଂ ଚୌକା ମାରିବେ।