ଏଏଫ୍‌ସି କପ୍‌ ଶିବିରରେ ଜବାମଣି

କଟକ: ଦିଲ୍ଲୀରେ ଜୁଲାଇ ୧ ତାରିଖରେ ଏଏଫ୍‌ସି କପ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳର ଅଭ୍ୟାସ ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ଓଡ଼ିଶାରୁ ଜବାମଣି ଟୁଡୁ ଏକମାତ୍ର ଖେଳାଳିଭାବେ ମନୋନୀତ ହୋଇଛନ୍ତି। ଏହି ଶିବିର ଜବାହରଲାଲ ନେହରୁ ଷ୍ଟାଡିୟମରେ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। କ୍ରୀଡା ଛାତ୍ରାବାସରୁ ପ୍ରଶିକ୍ଷଣ ଆରମ୍ଭ କରିଥିବା ଜବାମଣି ୨୦୧୫ ମସିହାରେ ୧୬ ବର୍ଷରୁ କମ୍‌ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ଦେଶକୁ ପ୍ରତିନିଧିତ୍ବ କରିଥିଲେ। ୨୦୧୬ ଡିସେମ୍ବରରେ ୧୫ ବର୍ଷ ବୟସରେ ସେ ସାଫ୍‌ ମହିଳା ପ୍ରତିଯୋଗିତା ପାଇଁ ଭାରତୀୟ ବରିଷ୍ଠ ଦଳକୁ ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର