ନୂଆଦିଲ୍ଲୀ: ଚଳିତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ରେ ଭାରତ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍ରେ ଆମେରିକାଠାରୁ ୦-୩ରେ ହାରିଥିବା ଆୟୋଜକ ଭାରତ ସୋମବାର ଖେଳିଥିବା ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆଠାରୁ ୧-୨ ଗୋଲ୍ରେ ପରାସ୍ତ ହୋଇଛି। ତେବେ ଦ୍ୱିତୀୟ ମ୍ୟାଚ୍ରେ ଅପେକ୍ଷାକୃତ ଭଲ ଫୁଟ୍ବଲ୍ ଖେଳି ଭାରତୀୟ ଯୁବ ଦଳ ସ୍ଥାନୀୟ ଦର୍ଶକଙ୍କ ମନ କିଣି ନେଇଛି। କଲମ୍ବିଆକୁ କଡ଼ା ଟକ୍କର ଦେଇ ଘାନା ବିପକ୍ଷ ତୃତୀୟ ତଥା ଶେଷ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ଆତ୍ମବିଶ୍ୱାସ ବଢ଼ାଇ ପାରିଛି। ଦଳଗତ ଭାବେ ଅବଶ୍ୟ ଭାରତ ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇ ନାହିଁ। ହେଲେ ବ୍ୟକ୍ତିଗତ ଭାବେ ମଣିପୁରର ୧୬ ବର୍ଷୀୟ ତାରକା ଜାକସନ୍ ଥୋନାଉଜାମ ନିଜ ନାଁକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରି ନେଇଛନ୍ତି। ଯେ କୌଣସି ସ୍ତରୀୟ ଫୁଟ୍ବଲ୍ ବିଶ୍ୱକପରେ ଗୋଲ୍ କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। କର୍ନର କିକ୍କୁ ହେଡର ଜରିଆରେ ସେ ଦେଇଥିବା ଗୋଲ୍ ସୋମବାର ଭାରତୀୟ ଦଳର ଲଢ଼େଇର ମୁଖ୍ୟ ଆକର୍ଷଣ ଥିଲା।
ଜବାହର ଲାଲ୍ ନେହରୁ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ର ପ୍ରଥମାର୍ଧରେ ଭାରତୀୟ ଖେଳାଳିମାନେ ଅପୂର୍ବ ତାଳମେଳର ପରିଚୟ ଦେଇଥିଲେ। ଢେର ସମୟ ପର୍ଯ୍ୟନ୍ତ କଲମ୍ବିଆକୁ ଗୋଲ୍ କରିବାର ସୁଯୋଗ ଦେଇ ନଥିଲେ। ହେଲେ ଦ୍ୱିତୀୟାର୍ଧରେ କଲମ୍ବିଆ ଭାରତୀୟ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇଥିଲା। ୪୯ ମିନିଟ୍ରେ ଜୁଆନ ପେନାଲୋସା୨୫ ଗଜ ଦୂରରୁ ମାରିଥିବା ସଟ୍ ଉଡ଼ି ଉଡ଼ି ଯାଇ ଭାରତୀୟ ଗୋଲ୍ ପୋଷ୍ଟ ଭିତରେ ପ୍ରବେଶ କରିବା ସହ କଲମ୍ବିଆ ଆଗୁଆ ହୋଇଯାଇଥିଲା। ୮୨ ମିନିଟ୍ରେ କିନ୍ତୁ ଭାରତୀୟ ଫୁଟ୍ବଲ୍ର ଐତିହାସିକ କ୍ଷଣ ଉପନୀତ ହୋଇଥିଲା। ଡାହାଣ ପଟ କର୍ନରରୁ ଆସିଥିବା ସଟ୍କୁ ହେଡରରେ କଲମ୍ବିଆ ଗୋଲ୍ ପୋଷ୍ଟ ଭିତରକୁ ପୂରାଇ ଜାକସନ୍ ସ୍ଥିତି ୧-୧ କରି ନେଇଥିଲେ। ତା’ ସହ ଭାରତର ଫୁଟବଲ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇ ଯାଇଥିଲା। ଭାରତୀୟ ଖେଳାଳିଙ୍କ ଉତ୍ସବ ପାଳନ କିନ୍ତୁ ମାତ୍ର ୧ ମିନିଟ୍ ଭିତରେ ଉଭେଇ ଯାଇଥିଲା। ୮୩ ମିନିଟ୍ରେ ପେନାସୋଲା ପୁଣି ଥରେ ଭାରତୀୟ ଗୋଲ୍ ରକ୍ଷକ ଧୀରାଜ ମୋଇରାଙ୍ଗଥେମ୍ଙ୍କୁ ଚକ୍ମା ଦେବା ସହ ମ୍ୟାଚର ତୃତୀୟ ଏବଂ ବ୍ୟକ୍ତିଗତ ଭାବେ ଦ୍ୱିତୀୟ ଗୋଲ୍ ଦେଇଥିଲେ। ଫଳରେ କଲମ୍ବିଆ ୨-୧ରେ ଆଗୁଆ ରହି ଯାଇଥିଲା। ଭାରତ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ଦେଇ ନ ପାରିବାକୁ କଲମ୍ବିଆ ଗୋଟିଏ ଗୋଲ୍ ବ୍ୟବଧାନରେ ଉତ୍କଣ୍ଠପୂର୍ଣ୍ଣ ବିଜୟ ହାସଲ କରିଥିଲା। ପେନାଲୋସାଙ୍କ ଯୁଗଳ ଗୋଲ୍ ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା।
ନୂଆଦିଲ୍ଲୀ, ୯|୧୦: ଚଳିତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ରେ ଭାରତ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି।
ପ୍ରଥମ ମ୍ୟାଚ୍ରେ ଆମେରିକାଠାରୁ ୦-୩ରେ ହାରିଥିବା ଆୟୋଜକ ଭାରତ ସୋମବାର ଖେଳିଥିବା ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆଠାରୁ ୧-୨ ଗୋଲ୍ରେ ପରାସ୍ତ ହୋଇଛି। ତେବେ ଦ୍ୱିତୀୟ ମ୍ୟାଚ୍ରେ ଅପେକ୍ଷାକୃତ ଭଲ ଫୁଟ୍ବଲ୍ ଖେଳି ଭାରତୀୟ ଯୁବ ଦଳ ସ୍ଥାନୀୟ ଦର୍ଶକଙ୍କ ମନ କିଣି ନେଇଛି। କଲମ୍ବିଆକୁ କଡ଼ା ଟକ୍କର ଦେଇ ଘାନା ବିପକ୍ଷ ତୃତୀୟ ତଥା ଶେଷ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ଆତ୍ମବିଶ୍ୱାସ ବଢ଼ାଇ ପାରିଛି। ଦଳଗତ ଭାବେ ଅବଶ୍ୟ ଭାରତ ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇ ନାହିଁ। ହେଲେ ବ୍ୟକ୍ତିଗତ ଭାବେ ମଣିପୁରର ୧୬ ବର୍ଷୀୟ ତାରକା ଜାକସନ୍ ଥୋନାଉଜାମ ନିଜ ନାଁକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରି ନେଇଛନ୍ତି। ଯେ କୌଣସି ସ୍ତରୀୟ ଫୁଟ୍ବଲ୍ ବିଶ୍ୱକପରେ ଗୋଲ୍ କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। କର୍ନର କିକ୍କୁ ହେଡର ଜରିଆରେ ସେ ଦେଇଥିବା ଗୋଲ୍ ସୋମବାର ଭାରତୀୟ ଦଳର ଲଢ଼େଇର ମୁଖ୍ୟ ଆକର୍ଷଣ ଥିଲା।