ଜ୍ୟାକଲିନ୍‌ଙ୍କ ଫିଟ୍‌ନେସ୍‌ ପରୀକ୍ଷାରେ ଫେଲ୍ ହେଲେ ଆରସିବିର ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଫିଟନେସ୍‌ ମାମଲାରେ ସବୁଠାରୁ ଆଗରେ ରହିଛନ୍ତି। ସେ ନିଜ ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେଇ ଥାଆନ୍ତି। କିନ୍ତୁ ତାଙ୍କ ଟିମ୍‌ର ଅନେକ ଖେଳାଳି ନିଜ ଫିଟନେସ୍‌କୁ ନେଇ ପଛରେ ଥିବାର ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ଘଟଣାଟି କ’ଣ।

ତେବେ ଆରସିବି ପକ୍ଷରୁ ଏକ ଭିଡିଓ ଟୁଇଟ କରାଯାଇଛି, ଯେଉଁଥିରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍ ଆରସିବି ଖେଳାଳିଙ୍କ ଫିଟ୍‌ନେସ୍‌ ପରୀକ୍ଷା ନେଉଛନ୍ତି। ଏହି ଭିଡିଓରେ କ୍ରିକେଟ ଖେଳାଳି ଉମେଶ ଯାଦବ, ପାର୍ଥବ ପଟେଲ ଓ ବ୍ରେଡନ୍‌ ମେକ୍କଲମ ଜ୍ୟାକଲିନ୍‌ଙ୍କ ସାମ୍ନାରେ ନିଜ ନିଜ ଫିଟନେସ ପରୀକ୍ଷା ଦେଉଛନ୍ତି। ଏଥିରେ ଉମେଶ ଯାଦବଙ୍କୁ ସେ ଯୋଗାସନ୍‌ କରିବାକୁ କହୁଛନ୍ତି, ଯାହାକୁ ସେ କରି ପାରୁ ନାହାନ୍ତି। ଏହାପରେ ସେ ମେକ୍କଲମ୍‌ଙ୍କୁ ଓ ଶେଷରେ ପାର୍ଥିବ ପଟେଲଙ୍କୁ ବି ସେ ଏଭଳି ଆସନ କରିବାକୁ କହୁଛନ୍ତି। ତିନିଜଣ ଯାକ ଜ୍ୟାକ୍‌ଲିନ୍‌ କହୁଥିବା ଆସନ କରି ନପାରି ଫେଲ ମାରିଛନ୍ତି।

ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଆରସିବି ନିଜର ଅଫିସିୟାଲ ଟୁଇଟରରେ ଯେଉଁ ଭିଡିଓ ସେୟାର କରିଛି, ତାହା ଗୋଟିଏ ମିନିଟର ଏବଂ ଏହାକୁ କେବଳ ମଜାମସ୍ତିରେ ସେୟାର କରାଯାଇଛି।

ସମ୍ବନ୍ଧିତ ଖବର