କେପ୍ଟାଉନ୍ : ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ କିଂବଦନ୍ତି କ୍ରିକେଟର୍ ଜ୍ୟାକସ କାଲିସ୍ଙ୍କ ଏକ ଫଟୋ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅଧା ଦାଢ଼ି ଓ ନିଶ କାଟି କାଲିସ୍ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ କାଲିସ୍ ଏହାର କାରଣ ସ୍ପଷ୍ଟ କରିଦେଇଛନ୍ତି। ଟ୍ବିଟର୍ରେ କାଲିସ୍ ଏହି ଫଟୋ ଛାଡ଼ିବା ସହ ଲେଖିଛନ୍ତି, ଆଗାମୀ କିଛିଦିନ ପାଇଁ ସେ ଏହି ରୂପରେ ଦେଖାଯିବେ, କାରଣ ସେ “ସେଭ୍ ଦ ରାଇନୋ” ଆହ୍ବାନ ସ୍ବୀକାର କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଗଣ୍ଡାଙ୍କ ସଂଖ୍ୟା ଦୃତଗତିରେ ହ୍ରାସ ପାଉଛି ଏବଂ ଏହାକୁ ରକ୍ଷାକରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅନୁଯାୟୀ ଯିଏ ଏହି ଆହ୍ବାନ ସ୍ବୀକାର କରିବ ଓ ଅଭିଯାନରେ ସହଯୋଗ କରିବ, ତାକୁ ନିଜର ଅଧା ଦାଢ଼ି ଓ ନିଶ କାଟିବାକୁ ପଡ଼ିବ। ଏହି ଆହ୍ବାନ ଗ୍ରହଣ ପରେ ସହାୟତା (ଚାରିଟି) ବାବଦକୁ କାଲିସ ୪,୮୦,୦୦୦ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (ଭାରତୀୟ ମୁଦ୍ରାରେ ପାଖାପାଖି ୨୩ ଲକ୍ଷ ୫୦ ହଜାର ଟଙ୍କା) ସଂଗ୍ରହ କରିଛନ୍ତି। କାଲିସ୍ ଜୁଲାଇ ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ୪୪ ବର୍ଷୀୟ ଏହି ଅଲ୍ରାଉଣ୍ଡର ୧୬୬ ଟେଷ୍ଟ୍ (୧୩,୨୮୯ ରନ୍, ୨୯୨ ଵିକେଟ୍), ୩୨୮ ଦିନିକିଆ (୧୧,୫୭୯ ରନ୍, ୨୭୩ ଵିକେଟ୍) ଓ ୨୫ ଟ୍ବେଣ୍ଟି-୨୦ (୬୬୬ ରନ୍, ୧୨ ଵିକେଟ୍) ମ୍ୟାଚ୍ ଖେଳିଛନ୍ତି।
ଅଧା ଦାଢ଼ି-ନିଶରେ କାଲିସ
/sambad/media/post_attachments/wp-content/uploads/2019/11/9-jacques-kallis.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)