ଗୋଟିଏ ଓଭରରେ ଜାଦେଜା ମାରିଲେ ୬ ଛକା

ରାଜକୋଟ: ଭାରତୀୟ ଦଳର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଶୁକ୍ରବାର ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଦ୍ୱାରା ଆୟୋଜିତ ଅନ୍ତଃଜିଲ୍ଲା ଟେ୍ଵଣ୍ଟି-୨୦ ପ୍ରତିଯୋଗିିିତାରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି। ଏଥି ସହିତ ସେ ରବି ଶାସ୍ତ୍ରୀ ଓ ଯୁବରାଜ ସିଂହଙ୍କ କୀର୍ତିମାନର ସମକକ୍ଷ ହୋଇଛନ୍ତି। ଜାଦେଜା ଏହି ମ୍ୟାଚ୍‌ର ପଞ୍ଚଦଶତମ ଓଭରରେ ଆମ୍ରେଲ୍‌ ଦଳର ଅଫ୍‌ସ୍ପିନର୍‌ ନିଲମ ଭାମ୍‌ଜାଙ୍କ ୬ ବଲ୍‌କୁ ୬ ଛକା ମାରିଥିଲେ। ଏଥିସହ ଜାଦେଜା (୧୫୪ ରନ୍‌, ୬୯ ବଲ୍‌, ୧୦ ଛକା, ୧୫ ଚୌକା)ଙ୍କ ଶତକ ବଳରେ ତାଙ୍କ ଜାମନଗର ଦଳ ୨୩୯/୬ କରିଥିଲା। ଜବାବରେ ଆମ୍ରେଲି ଦଳ ୫ ଓ୍ଵିକେଟ୍‌ ହରାଇ ୧୧୮ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଫଳରେ ଜାଦେଜାଙ୍କ ଦଳ ୧୨୧ ରନ୍‌ରେ ମ୍ୟାଚ୍‌ ଜିିତି ନେଇଥିଲା।

ସମ୍ବନ୍ଧିତ ଖବର