ମେଲବର୍ନ (ପିଟି): ଭାରତୀୟ ଦଳ ଚୟନ ବେଳେ ରବୀନ୍ଦ୍ର ଜାଦେଜା ସମ୍ପୂର୍ଣ୍ଣ ଫିଟ୍ ଥିଲେ ବୋଲି ଜାତୀୟ ଚୟନ ସମିତି ଅଧ୍ୟକ୍ଷ ଏମ୍ଏସ୍କେ ପ୍ରସାଦ ସ୍ପଷ୍ଟ କରିଦେଇଛନ୍ତି। କାନ୍ଧରେ କଠୋରତା ନେଇ ପର୍ଥରେ ଜାଦେଜା ଖେଳିପାରିନଥିଲେ ବୋଲି କିଛି ଦିନ ତଳେ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ। ଏହାକୁ ନେଇ ବିବାଦ ହେବାରୁ ପ୍ରସାଦ ସ୍ପଷ୍ଟ କରି ଦେଇଛନ୍ତି। ବକ୍ସିଂ ଡେ’ ଟେଷ୍ଟ୍ ପାଇଁ କିନ୍ତୁ ଭାରତର ସମସ୍ତ ଖେଳାଳିଙ୍କ ଫିଟନେସ୍ ପ୍ରମାଣପତ୍ର ଦିଆଯାଇଛି ବୋଲି ମେଲବର୍ନରେ ଥିବା ପ୍ରସାଦ ପ୍ରକାଶ କରିଛନ୍ତି। ସୀମିତ ଓଭର ଦଳକୁ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତନ କିଛି ଅପ୍ରତ୍ୟାଶିତ ନୁହେଁ। ତାଙ୍କୁ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଲାଗି ବିଶ୍ରାମ ଦିଆଯାଇଥିଲା ବୋଲି ପ୍ରସାଦ କହିଥିଲେ। ଦିନିକିଆ ଦଳରୁ ଋଷବ ପନ୍ତ୍ଙ୍କୁ ବାଦ୍ ଦିଆଯିବା ସମ୍ପର୍କରେ ପ୍ରସାଦ କହିଥିଲେ, ‘‘ବଡ଼ ଲଢ଼େଇ ପୂର୍ବରୁ ତାଙ୍କୁ ସତେଜ ରଖିବା ଲକ୍ଷ୍ୟରେ ଏଭଳି କରାଯାଇଛି। ଏହି ଯୁବ ୱିକେଟ୍ରକ୍ଷକ ଏବେ ବି ଭାରତର ୨୦୧୯ ବିଶ୍ବକପ୍ ଯୋଜନାରେ ରହିଛନ୍ତି।’’
ଚୟନବେଳେ ଜାଦେଜା ଫିଟ୍ ଥିଲେ: ପ୍ରସାଦ
/sambad/media/post_attachments/wp-content/uploads/2018/12/jadeja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)