ନୂଆଦିଲ୍ଲୀ: ଆଇପିଏଲ୍-୨୦୨୨ ପାଇଁ ୮ଟିଯାକ ଫ୍ରାଞ୍ଚାଇଜ୍ ମଙ୍ଗଳବାର ଖେଳାଳି ରିଟେନ୍ ତାଲିକା ପ୍ରକାଶ କରିଛନ୍ତି। ବିଭିନ୍ନ ଦଳଗୁଡ଼ିକ ରିଟେନ୍ କରିଥିବା ଖେଳାଳିମାନେ ହେଲେ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (୧୬ କୋଟି), ଯଶ୍ପ୍ରୀତ୍ ବୁମ୍ରା (୧୨ କୋଟି), ସୂର୍ଯ୍ୟକୁମାର ଯାଦବ (୮ କୋଟି), କିରଣ ପୋଲାର୍ଡ (୬ କୋଟି), ବଳକା (୪୮ କୋଟି)।
ଚେନ୍ନାଇ ସୁପର କିଙ୍ଗ୍ସ: ରବୀନ୍ଦ୍ର ଜାଦେଜା (୧୬ କୋଟି), ମହେନ୍ଦ୍ର ସିଂହ ଧୋନି (୧୨ କୋଟି), ମୋଇନ୍ ଅଲ୍ଲୀ (୮ କୋଟି) ଋତୁରାଜ ଗାଏକ୍ବାଡ (୬ କୋଟି), ବଳକା (୪୮ କୋଟି)।
କୋଲ୍କାତା ନାଇଟ୍ ରାଇଡର୍ସ: ଆନ୍ଦ୍ରେ ରସେଲ (୧୨ କୋଟି, ମୋଟ ରାଶିରୁ ୧୬ କୋଟି କଟିବ), ବରୁଣ ଚକ୍ରବର୍ତ୍ତୀ (୮ କୋଟି, ୧୨ କୋଟି କଟିବ), ଭେଙ୍କଟେଶ ଆୟର (୮ କୋଟି), ସୁନିଲ ନାରାୟଣ (୬ କୋଟି), ବଳକା (୪୮ କୋଟି)।
ସନ୍ରାଇଜର୍ସ ହାଇଦ୍ରାବାଦ: କେନ୍ ୱିଲିୟମ୍ସନ୍ (୧୪ କୋଟି), ଅବଦୁଲ ସମଦ (୪ କୋଟି), ଉମ୍ରାନ ମଲ୍ଲିକ (୪ କୋଟି), ବଳକା (୬୮ କୋଟି)।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (୧୫ କୋଟି), ଗ୍ଲେନ୍ ମ୍ୟାକ୍ସୱେଲ (୧୧ କୋଟି), ମହମ୍ମଦ ସିରାଜ (୭ କୋଟି), ବଳକା (୫୭ କୋଟି)।
ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ୍ (୧୬ କୋଟି), ଅକ୍ଷର ପଟେଲ (୯ କୋଟି, ମୋଟରୁ ୧୨ କୋଟି କଟିବ), ପୃଥ୍ବୀ ସ’ (୭.୫ କୋଟି, ୮କୋଟି କଟିବ), ଅନ୍ରିକ୍ ନର୍ଖିୟା (୬.୫ କୋଟି), ବଳକା (୪୭.୫ କୋଟି)।
ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମ୍ସନ୍ (୧୪ କୋଟି), ଜୋସ୍ ବଟଲର୍ (୧୦ କୋଟି), ଯଶସ୍ବୀ ଜୟସ୍ବାଲ (୪ କୋଟି), ବଳକା (୬୨ କୋଟି)।
ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ (୧୨ କୋଟି, ମୋଟରୁ ୧୪ କୋଟି କଟିବ), ଅର୍ଶଦୀପ ସିଂହ (୪ କୋଟି), ବଳକା (୭୨ କୋଟି।