ତ୍ରିନିଦାଦ୍ : ଆଣ୍ଠୁ ଆଘାତ ଯୋଗୁଁ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଆହତ ଯୋଗୁଁ ଶୁକ୍ରବାରର ପ୍ରଥମ ଦିନିକିଆ ଖେଳିବା ଆଶଙ୍କାରେ ଥିଲା ବେଳେ ପ୍ରଥମ ଦିନିକିଆ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡ ତାଙ୍କ ଫିଟ୍ନେସ୍ ନେଇ ସ୍ଥିତି ଜଣାଇଛି। ଏଥି ସହିତ ସେ ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ୍ ପଡ଼ିଲେ ବୋଲି ବିସିସିଆଇ ସୂଚନା ଦେଇଛି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟବସ୍ଥାର ଉନ୍ନତିକୁ ନିରୀକ୍ଷଣ କରୁଛି ଏବଂ ଆକଳନ ପରେ ସେ ତୃତୀୟ ତଥା ଶେଷ ଦିନିକିଆରେ ଖେଳିବେ କି ନାହିଁ ନିଷ୍ପତ୍ତି ନେବେ।
ପ୍ରଥମ ଦୁଇ ଦିନିକିଆରୁ ଜାଦେଜା ବାଦ୍
/sambad/media/post_attachments/wp-content/uploads/2022/07/jadeja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)