ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଟେଷ୍ଟ୍ (ସିଡ୍ନି)ରେ ଆହତ ହୋଇଥିଲେ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା। ତାଙ୍କ ବାମ ବୁଢ଼ା ଆଙ୍ଗୁଠି ଖଞ୍ଜା ଖସିଯାଇଥିଲା। ଫଳରେ ଅଷ୍ଟ୍ରେଲିଆରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କୁ ପୂରା ସୁସ୍ଥ ହେବା ପାଇଁ ୬ ସପ୍ତାହ ଆବଶ୍ୟକ ବୋଲି କୁହାଯାଇଥିଲା। ସେହି ଦୃଷ୍ଟିରୁ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାର ପ୍ରଥମ ଦୁଇ ଟେଷ୍ଟ୍ ଲାଗି ଭାରତୀୟ ଦଳ ଘୋଷଣା ବେଳେ ତାଙ୍କ ନାମ ସାମିଲ କରାଯାଇନଥିଲା। କିନ୍ତୁ ଏବେ ଇଂଲଣ୍ଡ ବିପକ୍ଷ ପୂରା ଟେଷ୍ଟ୍ ଶୃଙ୍ଖଳାରୁ ଜାଦେଜାଙ୍କୁ ବାଦ୍ ଦିଆଯାଇଛି। ଇଂଲଣ୍ଡ ସହ ଭାରତ ୪ ଟେଷ୍ଟ୍ ଖେଳିବ। ଫେବ୍ରୁଆରି ୫ରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ଚେନ୍ନାଇ ଓ ଅହମ୍ମଦାବାଦରେ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ। ଏହାପରେ ଉଭୟ ଦଳ ୫ ଟି-୨୦ ଏବଂ ୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ଶୃଙ୍ଖଳା ଖେଳିବେ। ଏହି ଶୃଙ୍ଖଳା ମାର୍ଚ୍ଚ ୧୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ତେଣୁ ସୀମିତ ଓଭର ଶୃଙ୍ଖଳାରେ ଜାଦେଜାଙ୍କ ଅଂଶଗ୍ରହଣ ନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂତ୍ରରୁ ଜଣାପଡ଼ିଛି। ଚୟନକର୍ତାମାନେ ପରେ ତାଙ୍କ ଅଂଶଗ୍ରହଣ ନେଇ ଚିନ୍ତା କରିବେ। ଏବେ କିନ୍ତୁ ଜାଦେଜା ପୁନଃଥଇଥାନ ପାଇଁ ବାଙ୍ଗାଲୋରର ନ୍ୟାସ୍ନାଲ କ୍ରିକେଟ୍ ଏକାଡେମି ଯିବେ ବୋଲି ବିସିସିଆଇ କହିଛି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ ଜାଦେଜା ବାଦ୍
/sambad/media/post_attachments/wp-content/uploads/2021/01/Ravindra-Jadeja-celebrates-after-taking-the.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)