ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ ଦଳକୁ ଧକ୍କା : ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଦେଜା

ମୁମ୍ବାଇ : ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଏକ ଧକ୍କା ଲାଗିଛି । ଦଳର ମୁଖ୍ୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଆହତ ଜନିତ କାରଣରୁ ବିଶ୍ପକପ୍ ଦଳରୁ ବାଦ ପଡ଼ିଛନ୍ତି ।

ଭାରତୀୟ କ୍ରିକେଟ ଦଳର ଗତ ଓ୍ବେଷ୍ଟଇଣ୍ଡିଜ ଗସ୍ତ କାଳରେ ରବୀନ୍ଦ୍ର ଜାଦେଜା ଆଣ୍ଠୁ ଯନ୍ତ୍ରଣା କାରଣରୁ ବାଦ ପଡ଼ିଥିଲେ । ତେବେ ପରେ ସେ ଏସିଆକପ ଦଳକୁ ଫେରିଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ତାଙ୍କର ଆଣ୍ଠୁରେ ଲାଗିଥିବା ଆଘାତ ଆହୁରି ଗୁରୁତର ହୋଇଥିଲା । ଫଳରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ଆଣ୍ଠୁରେ ଏକ ବଡ଼ ଧରଣର ଅସ୍ତ୍ରୋପଚାର ହେବାର ସମ୍ଭାବନା ରହିଛି । ଏଥିପାଇଁ ତାଙ୍କୁ ୩ ମାସ ପାଇଁ ବିଶ୍ରାମ ନେବାକୁ ପଡ଼ିପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି  ।

ଗତ ଶୁକ୍ରବାରଦିନ ତାଙ୍କୁ ଏସିଆ କପର ଅବଶିଷ୍ଟ ମ୍ୟାଚରୁ ବାଦ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି ।

ଜାଦେଜା ବାଦ ପଡ଼ିବା ଭାରତୀୟ ଦଳ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି । କାରଣ ଟିମରେ ତାଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରୁଥିଲା । ବିଗତ କିଛି ବର୍ଷ ହେଲା ତାଙ୍କ ବ୍ୟାଟିଂରେ ଅନେକ ସୁଧାର ଆସିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୩୫ରନର ଏକ ଉପଯୋଗୀ ପାଳି ଖେଳିଥିଲେ ।

 

ସମ୍ବନ୍ଧିତ ଖବର