ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ପିନ୍ଧିବାକୁ ଯାଉଛି ଏପରି ଜର୍ସି

ନୂଆଦିଲ୍ଳୀ: ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡରେ ଖେଳାଯିବ ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହା ପୂର୍ବରୁ ଜୋରଦାର କସରତ କରୁଛନ୍ତି କୋହଲି ବାହିନୀ । ଆଉ ଏହାରି ଭିତରେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ପିନ୍ଧିବାକୁ ଯାଉଥିବା ଜର୍ସିର ଫଟୋ ସେୟାର କରିଛନ୍ତି ।

ଫଟୋରେ ଦେଖିବାକୁ ମିଳିଛି, ଜାଡେଜା ଟିମ୍ ଇଣ୍ଡିଆର ନୂଆ ସ୍ୱେଟର ପିନ୍ଧିଛନ୍ତି । ତେବେ ଏହି ଫଟୋର କ୍ୟାପସନରେ ଜାଡେଜା ଲେଖିଛନ୍ତି, ରିୱାଇଣ୍ଡ ଟୁ ୯୦ । ଟିମ୍ ଇଣ୍ଡିଆର ନୂଆ ସ୍ୱେଟର କ୍ରିକେଟର ପାରମ୍ପରିକ ଅନ୍ଦାଜର ହୋଇଛି । ଜର୍ସିରେ ମଝିରେ ନୀଳ ରଙ୍ଗରେ ଇଣ୍ଡିଆ ଲେଖାହୋଇଛି । ସେହିପରି ଡାହାଣ ପଟେ ଉପରେ ଆଇସିସି ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ୨୦୨୧ ଲେଖାହୋଇଛି ।

 

ତେବେ ଜୁନ ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡରେ ଖେଳାଯିବ ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ମୁକାବିଲା । ଏଥିପାଇଁ ଜୁନ୍ ୨ ତାରିଖରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ ।

ସମ୍ବନ୍ଧିତ ଖବର