ଆଘାତପ୍ରାପ୍ତ ଭାରତୀୟ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାର ପ୍ରଥମ ଦୁଇଟି ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଫେବ୍ରୁଆରି ୫ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବଲ୍ ତାଙ୍କ ଗ୍ଲୋବ୍ସରେ ଜୋର୍ରେ ବାଜିଥିଲା। ତାଙ୍କୁ ଡାକ୍ତରୀ ଚିକିତ୍ସା କରାଯାଇଥିଲା। ତାଙ୍କ ବାମହାତ ବୁଢ଼ା ଆଙ୍ଗୁଠି ଖଞ୍ଜାରୁ ଖସିଯାଇଥିଲା ବେଳେ ଏବେ ତାଙ୍କର ବ୍ୟାଣ୍ଡେଜ୍ ହୋଇଛି। ଫଳରେ ସେ ସିଡ୍ନି ଟେଷ୍ଟ୍ର ତୃତୀୟ ଓ ଚତୁର୍ଥ ଦିବସରେ ପଡ଼ିଆକୁ ଓହ୍ଲାଇନାହାନ୍ତି। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ସେ ବୋଲିଂ କରିପାରିନଥିଲା ବେଳେ ଭାରତର ଦ୍ବିତୀୟ ପାଳିରେ ବ୍ୟାଟିଂ କରିବା ଅବସ୍ଥାରେ ମଧ୍ୟ ନାହାନ୍ତି। ଏବେ ସେ ସୁସ୍ଥ ହେବା ପାଇଁ ଅତିକମ୍ରେ ୪ରୁ ୬ ସପ୍ତାହ ଲାଗିବ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ। କିନ୍ତୁ ସିଡ୍ନି ଟେଷ୍ଟ୍ ବଞ୍ଚାଇବାର ଆବଶ୍ୟକତା ପଡ଼ିଲେ ସେ ଯନ୍ତ୍ରଣା ନିବାରକ ଇଞ୍ଜେକ୍ସନ ନେଇ ବ୍ୟାଟିଂ କରିପାରନ୍ତି ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ କହୁଣିରେ ଆଘାତପ୍ରାପ୍ତ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଭାରତ ଦ୍ବିତୀୟ ପାଳିରେ ବ୍ୟାଟିଂ କରିପାରିବେ ବୋଲି ବରିଷ୍ଠ ଖେଳାଳି ରବିଚନ୍ଦ୍ରନ୍ ଅଶ୍ବିନ୍ ରବିବାର ସ୍ପଷ୍ଟ କରିଛନ୍ତି। ପନ୍ତ୍ଙ୍କ ଆଘାତ ସେତେଟା ଗୁରୁତର ନୁହେଁ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି।
ଜାଦେଜା ଇଞ୍ଜେକ୍ସନ ନେଇ ବ୍ୟାଟିଂ କରିବେ!
ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍ରୁ ବାଦ୍
/sambad/media/post_attachments/wp-content/uploads/2021/01/Ravindra-Jadeja-celebrates-after-taking-the.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)