ବାଂଲାଦେଶ ଗସ୍ତ କରିବେ ଜାଦେଜା

ନୂଆଦିଲ୍ଲୀ: ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ବାଂଲାଦେଶ ବପକ୍ଷ ଟେଷ୍ଟ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଗତ ଏସିଆ କପ୍‌ ସମୟରେ ଆଣ୍ଠୁରେ ଆହତ ଯୋଗୁଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରୁ ସେ ବାଦ୍‌ ପଡ଼ିଥିଲେ। ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ୍‌ ରାହୁଲ ନଭେମ୍ବରରେ ହେବାକୁଥିବା ନ୍ୟୁଜିଲାଣ୍ଡ୍‌ ଗସ୍ତରୁ ବିଶ୍ରାମ ନେବା ପରେ ଡିସେମ୍ବରରେ ଏହି ଦଳ ସହିତ ଯୋଗଦେବେ। ହେଲେ ଯଶପ୍ରୀତ୍‌ ବୁମ୍‌ରା ଆହତରୁ ମୁକୁଳି ପାରିନଥିବାରୁ ସେ ଏହି ଦଳରେ ସ୍ଥାନ ପାଇନାହାନ୍ତି। ସେହିପରି ହନୁମା ବିହାରୀ ଓ ଅଜିଙ୍କ୍ୟ ରାହାଣେ ମଧ୍ୟ ଟେଷ୍ଟ ଦଳକୁ ଫେରିପାରିନାହାନ୍ତି। ଭାରତୀୟ ଦଳ ବାଂଲାଦେଶରେ ଡିସେମ୍ବର ୪, ୭ ଓ ୧୦ ତାରିଖରେ ତିନିଟି ଦିନିକିଆ ଏବଂ ଡିସେମ୍ବର ୧୪ରୁ ଓ ୨୨ରୁ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ।

ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ, ଶୁବମନ୍‌ ଗିଲ୍‌, ଚେତେଶ୍ବେର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ୍‌, କେଏସ୍‌ ଭରତ, ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ।
ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ୍‌, ଈଶାନ କିଶନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ୱାସିଂଟନ୍‌ ସୁନ୍ଦର, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର, ୟାଶ ଦୟାଲ।

ସମ୍ବନ୍ଧିତ ଖବର