ଭାରତୀୟ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଦଜୋଙ୍କ ଏକ ଟ୍ବିଟ୍‌ ଶୁକ୍ରବାର ଚର୍ଚ୍ଚାରେ ରହିଥିଲା। ନିଜ ହାତରେ ଦୁଇଟି ଆଇସିସି ସମ୍ମାନ ଧରିଥିବା ଫଟୋକୁ ଜାଦେଜା ଟ୍ବିଟ୍ କରି ଲେଖିଥିଲେ ‘ଗୋଲଡେନ୍ ବୟ: ମିସନ୍ କଂପ୍ଲିଟେଡ୍‌’। ଆଜକୁ ଠିକ୍ ୧୦ ବର୍ଷ ତଳେ (୨୩ ଜୁନ୍‌ ୨୦୧୩) ଭାରତ ନିଜର ଶେଷ ଆଇସିସି ‌ଟ୍ରଫି ଜିତିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ବର୍ମିଂହାମରେ ଇଂଲଣ୍ଡକୁ ୫ ରନ୍‌ରେ ହରାଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା। ଏହା ପରଠାରୁ ଭାରତ ଆଉ କୌଣସି ଆଇସିସି ମୁକୁଟ ଜିତିପାରିନାହିଁ। ଜାଦେଜା ଏହି ଫାଇନାଲ୍‌ ମ୍ୟାଚ୍‌ରେ ବ୍ୟାଟ୍‌ ଓ ‌ବଲ୍‌ରେ କମାଲ କରିଥିବାବେଳେ‘ଗୋଲ୍‌ଡେନ୍‌ ବଲ୍‌’ ହାସଲ କରିଥିଲେ। ଶିଖର ଧାୱନ ଗୋଲ୍‌ଡେନ୍ ବ୍ୟାଟ୍ ବିଜେତା ‌‌ହୋଇଥିଲେ।