ଜାଦେଜାଙ୍କ ଆଣ୍ଠୁରେ ସ୍କାନ୍‌

ଲିଡ୍‌ସ : ଆହତ ସମସ୍ୟାର ଗଭୀରତାକୁ ପରଖିବା ଲାଗି ଭାରତୀୟ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜାଙ୍କ ଆଣ୍ଠୁରେ ସ୍କାନ୍‌ କରାଯାଇଛି। ତୃତୀୟ ଟେଷ୍ଟର ପ୍ରଥମ ଦିବସରେ ଜାଦେଜା କ୍ଷେତ୍ରରକ୍ଷଣ ବେଳେ ତାଙ୍କ ଆଣ୍ଠୁରେ ବଲ୍‌ ବାଜିଥିଲା। ୩୨ତମ ଓଭରରେ ମହମ୍ମଦ ସାମିଙ୍କ ବଲ୍‌କୁ ହସିବ୍ ହମିଦ୍‌ ଖେଳିବା ପରେ ବଲ୍ ପଏଣ୍ଟ ଅଞ୍ଚଳ ଅତିକ୍ରମ କରି ଜାଦେଜାଙ୍କ ଆଣ୍ଠୁରେ ବାଜିଥିଲା। ପରବର୍ତୀ ଓଭରରେ ଡାହାଣ ଗୋଡ଼କୁ ଧରି ସେ ପଡ଼ିଆ ଛାଡ଼ିଥିଲେ। ‌ସେତେବେଳକୁ ଜାଦେଜା ୫ ଓଭର ବୋଲିଂ କରି ସାରିଥିଲେ। ତେବେ ଭାରତର ଦ୍ବିତୀୟ ପାଳିରେ ସେ ୨୫ ବଲ୍‌ରୁ ୩୦ ରନ୍‌ ସଂଗ୍ରହ କରିଥିଲେ। ଜାଜେଜାଙ୍କ ଆହତ ସମସ୍ୟା ଗୁରୁତ୍ରତ ନୁହେଁ, କେବଳ ପ୍ରତିଶେଧକମୂଳକ ପଦକ୍ଷେପ ଭାବେ ସ୍କାନ୍ କରାଯାଇଛି। ରିପୋର୍ଟ ମିଳିବା ପରେ ସୋମବାର ଭାରତୀୟ ଦଳ ସହ ଜାଦେଜା ଲଣ୍ଡନ୍‌ ଗସ୍ତ କରିବେ କି ନା ସ୍ପଷ୍ଟ ହେବ। ସେପ୍ଟେମ୍ବର ୨ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ଜାଦେଜା ଖେଳିନପାରିଲେ ରବିଚନ୍ଦ୍ରନ ଅଶ୍ବିନ ତାଙ୍କ ସ୍ଥାନ ନେବା ନିଶ୍ଚିତ। ଅଶ୍ବିନ୍‌ ମଧ୍ୟ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ପୂର୍ବରୁ ସରେ ପାଇଁ କାଉଣ୍ଟି ମ୍ୟାଚ୍‌ ଖେଳି ଗୋଟିଏ ପାଳିରେ ୬ ୱିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର