ଡବ୍ଲୁଟିସି ଫାଇନାଲ୍ ଲାଗି ଜାଦେଜାଙ୍କ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ସଂପ୍ରତି ସ୍ଥଗିତ ଥିବା ଆଇପିଏଲ୍‌ର ୧୪ତମ ସଂସ୍କରଣରେ ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜୁନ୍‌ରେ ଭାରତୀୟ ଦଳ ବିଶ୍ବ ‌ଟେଷ୍ଟ୍‌ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ଲାଗି ଲଣ୍ଡନ ଗସ୍ତ କରିବ। ଏହି ଦଳରେ ଜାଦେଜାଙ୍କୁ ସ୍ଥାନ ମିଳିଛି। ଆଇପିଏଲ୍‌ ସ୍ଥଗିତ ଥିବାରୁ ସଂପ୍ରତି ୩୨ ବର୍ଷୀୟ ଜାଦେଜା ‌ଘରେ ରହିଛନ୍ତି। ଆଗକୁ ଡବ୍ଲୁଟିସି ଫାଇନାଲ୍‌ ଥିବାରୁ ସେ ଘରେ ଖାଲିଟାରେ ବସିନାହାନ୍ତି। ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ବୁଧବାର ନିଜ ସାମାଜିକ ଗଣମାଧ୍ୟମ‌ରେ ଏକ ଛୋଟ ଭିଡିଓ ଛାଡ଼ିଛନ୍ତି ଜାଦେଜା। ଯେଉଁଥି‌ରେ ଜାଦେଜା ଗୁଜରାଟର ଜାମନଗରସ୍ଥିତ ବାସଭବନରେ ‌ନିଜ ଜିମ୍‌ରେ ବ୍ୟାୟାମ କରୁଥିବାର ଦେଖା ଯାଉଛନ୍ତି। ଜିମ୍‌ରେ ବ୍ୟାୟାମ କରୁଥିବା ଏକ ଭିଡିଓ ସହ ୨ଟି ଫଟୋ ଛାଡ଼ିଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି ‘‘ପ୍ରସ୍ତୁତି ଏଠାରୁ ଆରମ୍ଭ ହେଲା। #ଇଂଲଣ୍ଡ ଗସ୍ତ#ୱାର୍କଆଉଟ’’।

ସମ୍ବନ୍ଧିତ ଖବର