ନୂଆଦିଲ୍ଲୀ: ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ଶେଷ ଦୁଇ ବଲ୍ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଏହି ବିଜୟ ସହ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ମଧ୍ୟ ସମକକ୍ଷ ହୋଇଛି। ଏଥି ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍ ବିଜେତା ହୋଇଥିଲା।
ତେବେ ଏତେ ବଡ଼ ସଫଳତା ପରେ ରବୀନ୍ଦ୍ର ଜାଦେଜା ଏକ ଟ୍ବିଟ କରିଛନ୍ତି, ଯାହା ଏବେ ଭାଇରାଲ ହୋଇଛି। ଟ୍ବିଟ ସହ ଜାଦେଜା ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ, ଧୋନି ଓ ତାଙ୍କ ପତ୍ନୀ ଟ୍ରଫି ଧରି ବସିଥିବା ଦେଖାଯାଇଛି। ଏହି ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ଭାଇ ଆମେ ଏହା ତୁମ ପାଇଁ କରିଛୁ, ମାହି ଭାଇଙ୍କ ପାଇଁ ତ କିଛି ବି କରିବୁ। ତାଙ୍କର ଏହି ଟ୍ବିଟ ଧୋନିଙ୍କ ପ୍ରଶଂସକଙ୍କ ମନ କିଣି ନେଇଛି।
We did it for ONE and ONLY “MS DHONI.🏆 mahi bhai aapke liye toh kuch bhi…❤️❤️ pic.twitter.com/iZnQUcZIYQ
— Ravindrasinh jadeja (@imjadeja) May 30, 2023
ଧୋନିଙ୍କ ପାଇଁ ଜାଦେଜାଙ୍କ ମନରେ କେତେ ସମ୍ମାନ ରହିଛି ତାହା ଏହି ଟ୍ବିଟରୁ ସ୍ପଷ୍ଟ ଜଣାପଡ଼ୁଛି। ତେବେ ମ୍ୟାଚ୍ ସରିବା ପରେ ଜାଦେଜା ପ୍ରଥମେ ଦୌଡ଼ି ଯାଇ ଧୋନିଙ୍କୁ ଆଲିଙ୍ଗନ କରିଥିବା ଦେଖାଯାଇଥିଲା। ଧୋନି ମଧ୍ୟ ଖୁସିରେ ତାଙ୍କୁ ଉଠାଇଥିବା ଦେଖାଯାଇଥିଲା।
M.O.O.D! 🤗
Ravindra Jadeja 🤝 MS Dhoni#TATAIPL | #Final | #CSKvGT | @imjadeja | @msdhoni pic.twitter.com/uggbDA4sFd
— IndianPremierLeague (@IPL) May 29, 2023