ଯଦୁପୁର କପ୍‌ ଫାଇନାଲରେ ନୟାପଲ୍ଲୀ-ଯଦୁପୁର ଷ୍ଟାର୍ସ

ଭୁବନେଶ୍ୱର: ଯଦୁପୁର କପ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲରେ ନୟାପଲ୍ଲୀକୁ ଯଦୁପୁର ଷ୍ଟାର୍ସ ଭେଟିବ। ନୟାପଲ୍ଲୀ ପୂର୍ବରୁ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଶନିବାର କାଶୀପୁରକୁ ୧୩ ରନ୍‌ରେ ହରାଇ ଯଦୁପୁର ଷ୍ଟାର୍ସ ଦ୍ୱିତୀୟ ଦଳ ଭାବେ ଟ୍ରଫି ଲଢ଼େଇ ଲାଗି ଟିକେଟ ହାସଲ କରିଛି। ଆଜିର ଦ୍ୱିତୀୟ ସେମିଫାଇନାଲରେ ଯଦୁପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ୧୩୩ ରନ୍‌ କରିଥିଲା। ଏହାର ଜବାବରେ କାଶୀପୁର ଦଳ ୭ ଓ୍ଵିକେଟ୍‌ ହରାଇ ୧୨୦ ରନ୍‌ରେ ଅଟକି ଯାଇଥିଲା। ୨୨ ବଲ୍‌ରୁ ୪୬ ରନ୍‌ କରିଥିବା ଏସ୍‌ କେ ନିୟାଜୁଦ୍ଦିନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏସ୍‌ କେ ଟିକ୍କା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ସାଗିର ମହମ୍ମଦ ଏବଂ ଅର୍ମାନ ଅଲ୍ଲୀ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର