ଜାଫର ଓଡ଼ିଶା କ୍ରିକେଟ୍‌ର ମୁଖ୍ୟ ପ୍ରଶିକ୍ଷକ

କଟକ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଓପ୍‌ନର ଵାସିମ ଜାଫର ଓଡ଼ିଶା କ୍ରିକେଟର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେ ୨୦୨୧-୨୩ ଋତୁରେ ଓଡ଼ିଶା କ୍ରିକେଟ ପାଇଁ କାମ କରିବେ ବୋଲି ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି। ସମସ୍ତ ବୟସ ବର୍ଗର କ୍ରିକେଟ ସହିତ ସେ ଜଡ଼ିତ ରହିବେ। ଏଥିସହିତ ସାରା ରାଜ୍ୟରେ ଚାଲିବାକୁ ଥିବା ପ୍ରଶିକ୍ଷକ ଉନ୍ନୟନ କାର୍ଯ୍ୟକ୍ରମରେ ମଧ୍ୟ ସେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ଵାସିମଙ୍କ ଅଧିନରେ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦଳର ପ୍ରଶିକ୍ଷକ ଏବ˚ ସହକାରୀମାନେ କାର୍ଯ୍ୟ କରିବେ। ତେବେ ଅନ୍ୟାନ୍ୟ ସହକାରୀ ପ୍ରଶିକ୍ଷକମଣ୍ଡଳି ବିଷୟରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଵାସିମ ଜାଫର ଆସିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ପ୍ରଶିକ୍ଷକଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଇଛି।

ଵାସିମଙ୍କୁ ପ୍ରଶିକ୍ଷକ କରିବା ପାଇଁ ଓସିଏ ସମ୍ପାଦକ ସ˚ଜୟ ବେହେରା ପ୍ରଥମେ କ୍ରିକେଟ ପରାମର୍ଶଦାତା ସମିତି (ସିଏସି) ଆଗରେ ପ୍ରସ୍ତାବ ରଖିଥିଲେ। ପରେ ଏହାକୁ ସିଏସି ସବୁଜ ସଙ୍କେତ ଦେଇଥିଲା ବେଳେ ଵାସିମଙ୍କ ସହିତ ଭର୍ଚୁଆଲ ଆଲୋଚନା କରାଯାଇଥିଲା। ଏହି ସମୟରେ ବେଙ୍ଗଲ କ୍ରିକେଟ ସ˚ଘ ମଧ୍ୟ ଵାସିମଙ୍କୁ ପ୍ରଶିକ୍ଷକ ଭାବେ ନେବା ପାଇଁ ଆଗ୍ରହ ଦେଖାଇଥିଲା। ତେବେ ବେଙ୍ଗଲ ଅପେକ୍ଷା ଵାସିମ ଓଡ଼ିଶାକୁ ପସନ୍ଦ କରିଥିଲେ। ଵାସିମଙ୍କ ସହିତ ଯୋଗାଯୋଗ କରାଯିବା ପୂର୍ବରୁ ମହାରାଷ୍ଟ୍ରର ଜଣେ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଓଡ଼ିଶାର ପ୍ରଶିକ୍ଷକ ହେବା ପାଇଁ ଆଗ୍ରହ ଦେଖାଇଥିଲେ। ହେଲେ ତାଙ୍କର କୌଣସି ଟେଷ୍ଟ ଅଭିଜ୍ଞତା ନଥିବାରୁ ଓସିଏର ସିଏସି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।
ରାଜ୍ୟର ସମସ୍ତ ବୟସ ବର୍ଗର କ୍ରିକେଟ ଉନ୍ନୟନ କ୍ଷେତ୍ରରେ ଵାସିମ ମୁଖ୍ୟ ଭୂମିକା ନେବେ। ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟର ମାଇକେଲ ବେଭାନଙ୍କୁ ଏହିଭଳି ଦାୟିତ୍ବ ଓସିଏ ଦେଇଥିଲା। ବେଭାନଙ୍କ ପରଠୁ ଆଉ କାହାକୁ ସମସ୍ତ ବୟସବର୍ଗର କ୍ରିକେଟ ବ୍ୟାପାର ବୁଝିବାକୁ ଦାୟିତ୍ବ ଦିଆଯାଇନଥିଲା। ହେଲେ ଏବେ ଵାସିମଙ୍କ ଅଧିନରେ ଓଡ଼ିଶା କ୍ରିକେଟ ଉନ୍ନତି କରିବ ବୋଲି ସିଇଓ ସୁବ୍ରତ ବେହେରା ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଥିବା ଅନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାଗୁଡ଼ିକୁ ଵାସିମ ନିରୀକ୍ଷଣ କରିବା ଯୋଜନା ରହିଛି। କଟକ ଓ ଭୁବନେଶ୍ବରରେ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାର ମ୍ୟାଚଗୁଡ଼ିକରୁ ପ୍ରତିଭାବାନ ଖେଳାଳି ଚୟନ କ୍ଷେତ୍ରରେ ସେ ପରାମର୍ଶ ଦେଇପାରନ୍ତି ବୋଲି ଓସିଏ ପକ୍ଷରୁ କୁହାଯାଇଛି।

ଵାସିମ ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଟେଷ୍ଟ ଓପ୍‌ନର ଭାବେ ସ୍ବତନ୍ତ୍ରତା ହାସଲ କରିଛନ୍ତି। ନିଜର ୮ ବର୍ଷର ଟେଷ୍ଟ ଜୀବନ ମଧ୍ୟରେ ସେ ୩୧ ମ୍ୟାଚ ଖେଳିଥିଲା ବେଳେ ୩୪.୧୦ ହାରରେ ୧୯୪୪ ରନ୍‌ ସ˚ଗ୍ରହ କରିଛନ୍ତି। ଏହାମଧ୍ୟରେ ୫ଟି ଶତକ ଓ ୧୧ଟି ଅର୍ଧଶତକ ଅନ୍ତର୍ଭୁକ୍ତ। ଟେଷ୍ଟରେ ଵାସିମ ଦୁଇଟି ଦ୍ବିଶତକ ଅର୍ଜନ କରିଛନ୍ତି। ପ୍ରଥମେ ୨୦୦୬ ମସିହାରେ େଵଷ୍ଟଇଣ୍ତିଜ ବିପକ୍ଷରେ ସେଣ୍ଟ ଜୋନ୍ସଠାରେ ୨୧୨ ରନ୍‌ ସ˚ଗ୍ରହ କରିଥିଲା ବେଳେ ୨୦୦୭ରେ କୋଲକାତାଠାରେ ପାକିସ୍ତାନ ବିପକ୍ଷରେ ୨୦୨ ରନ୍‌ର ପାଳି ଖେଳିଥିଲେ। ଅନ୍ୟପକ୍ଷରେ ସେ ମାତ୍ର ଦୁଇଟି ଦିନିକିଆ ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଥିଲା ବେଳେ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ୨୦୦୬ରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଏହି ଦୁଇଟି ମ୍ୟାଚ୍‌ ଖେଳିଥିଲେ। ତେବେ ଦିନିକିଆ ପଦାର୍ପଣରେ ସେ ଖାତା ଖୋଲିପାରିନଥିଲା ବେଳେ ୨୦ ବଲ୍‌ରୁ ୧୦ ରନ୍‌ ସ˚ଗ୍ରହ କରିଥିଲେ।

ଏସବୁ ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୬୦ ମ୍ୟାଚ୍‌ରୁ ୫୦.୬୭ ହାରରେ ୧୯୪୧୦ ରନ୍‌ ସ˚ଗ୍ରହ କରିଛନ୍ତି। ୫୭ଟି ଶତକ ଓ ୯୧ଟି ଅର୍ଧଶତକ ଅର୍ଜନ କରିଥିଲା ବେଳେ ୩୧୪* ରନ୍‌ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌। ରଣଜୀ ଟ୍ରଫି ଇତିହାସରେ ସେ ଏକାଧିକ କୀର୍ତ୍ତିମାନ ବହନ କରିଛନ୍ତି। ଗୋଟିଏ ଋତୁରେ ସର୍ବାଧିକ ଶତକ (୭ଟି, ୧୯୯୯-୨୦୦୦), ସର୍ବାଧିକ ମ୍ୟାଚ (୧୫୫ଟି, ୧୯୯୬-୨୦୨୦), ସର୍ବାଧିକ ରନ୍‌ (୧୨୦୩୮), ସର୍ବାଧିକ ଶତକ (୪୦) କୀତ୍ତିମାନ ଵାସିମଙ୍କ ନାମରେ ରହିଛି। ୧୯୯୬ରୁ ୨୦୧୫ ମସିହା ପର୍ଯ୍ୟନ୍ତ ସେ ମୁମ୍ବାଇ ପକ୍ଷରୁ ଖେଳିଆସୁଥିଲା ବେଳେ ଏହାପରଠୁ ବିଦର୍ଭ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ। ଅନ୍ୟପକ୍ଷରେ ୧୧୮ଟି ଲିଷ୍ଟ ଏ’ରୁ ୪୪.୦୮ ହାରରେ ୪୮୪୯ ରନ୍‌ ସ˚ଗ୍ରହ କରିଛନ୍ତି। ଟେଷ୍ଟ ଖେଳାଳି ହୋଇଥିଲେ ବି ଟ୍ବେଣ୍ଟି-୨୦ରେ ସେ ପଛରେ ପଡ଼ିନାହାନ୍ତି। ୨୩ଟି ଟ୍ବେଣ୍ଟି-୨୦ କ୍ରିକେଟରୁ ୬ଟି ଅର୍ଧଶତକ ସହ ୬୧୬ ରନ୍‌ ସ˚ଗ୍ରହ କରିଛନ୍ତି। ଆଇପିଏଲ୍‌ରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୨୦୦୮ ଓ ୨୦୦୯ ସ˚ସ୍କରଣରେ ଖେଳିବାକୁ ସୁଯୋଗ ପାଇଛନ୍ତି। ୨୦୨୦ରେ କ୍ରିକେଟରୁ ସନ୍ୟାସ ନେବାପରେ ସେ ବା˚ଲାଦେଶ କ୍ରିକେଟ ଦଳ ଏବ˚ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ଏକାଦଶର ବ୍ୟାଟି˚ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ଗତ ଋତୁରେ ଉତ୍ତରାଖଣ୍ତ ରଣଜୀ ଦଳର ପ୍ରଶିକ୍ଷକ ଭାବେ ସେ ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର