ଦୃଷ୍ଟିବାଧିତ କ୍ରିକେଟର୍‌ ଜାଫର ଇକ୍‌ବାଲଙ୍କ ଦ୍ବିତୀୟ ପୁତ୍ର ସନ୍ତାନ ଲାଭ

ଭୁବନେଶ୍ବର: ଆନ୍ତର୍ଜାତିକ ଦୃଷ୍ଟିବାଧିତ କ୍ରିକେଟର୍‌ ମହମ୍ମଦ ଜାଫର ଇକ୍‌ବାଲ ଶୁକବ୍ରାର ଦ୍ବିତୀୟ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ତାଙ୍କ ପତ୍ନୀ ସାୟଗୁପ୍ତା ପରବିନ୍‌ ଚଳିତ ମାସ ୨୮ ତାରିଖ ଦିନ ସ୍ଥାନୀୟ ଗଙ୍ଗନଗରସ୍ଥିତ ମା ଶକ୍ତି ହସ୍ପିଟାଲରେ ନବଜାତକକୁ ଜନ୍ମ ଦେଇଛନ୍ତି। ମୋ ଦୁଇ ପୁଅଙ୍କ ମଧ୍ୟରୁ ଜଣେ ନିଶ୍ଚିତ ଭବିଷ୍ୟତରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଟେକ ରଖିବ ବୋଲି ଜାଫର ଆଶାବ୍ୟକ୍ତ କରିଛନ୍ତି। ସେଥିପାଇଁ ତାଙ୍କ ଦୁଇ ପୁଅଙ୍କୁ ସମସ୍ତଙ୍କ ଶୁଭଚ୍ଛୋ‌ କାମନା କରିଛନ୍ତି ଜାଫର। ଜାଫରଙ୍କ ପ୍ରଥମ ପୁତ୍ର ସନ୍ତାନ ମହମ୍ମଦ ଜୁବେଇର ଇକ୍‌ବାଲକୁ ଏବେ ୩ ବର୍ଷ ୮ ମାସ।

ସମ୍ବନ୍ଧିତ ଖବର