ଜାଫର ହେଲେ ବାଂଲାଦେଶର ବ୍ୟାଟିଂ ପରାମର୍ଶଦାତା

ଢାକା: ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର ୱାସିମ ଜାଫର ବାଂଲାଦେଶର ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଶ୍ରୀଲଙ୍କା ଗସ୍ତରେ ସେ ବାଂଲା ବ୍ୟାଟ୍ସମ୍ୟାନଙ୍କ ସହ କାର୍ଯ୍ୟ କରିବେ। ଚମ୍ପକା ରମାନାୟକ ଏହି ଶୃଙ୍ଖଳାରେ ବାଂଲାଦେଶର ବୋଲିଂ ପରାମର୍ଶଦାତା ଦାୟିତ୍ବ ତୁଲାଇବେ। ଏହା ପୂର୍ବରୁ ଜାଫର ଢାକାରେ ଥିବା ହାଇପର୍ଫମାନ୍ସ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ବିଦର୍ଭକୁ ରଣଜୀ ବିଜେତା କରାଇବାରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଜାଫର ଭାରତ ପକ୍ଷରୁ ୩୧ ଟେଷ୍ଟ ଖେଳି ୧୯୪୪ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର