ଭୁବନେଶ୍ବର: କରୋନା ମହାମାରୀ ଓଡ଼ିଶାର୍ ଦୃଷ୍ଟିହୀନ କ୍ରିକେଟର୍ଙ୍କ ପାଇଁ ମଧ୍ୟ କଠୋର ସମୟ ଆଣି ଦେଇଛି। ଦୁଇ ଦୁଇ ଥର ବିଶ୍ବକପ୍ ବିଜେତା ରାଜ୍ୟ ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ତଥା ରାଜ୍ୟ ଦଳର ଅଧିନାୟକ ମହମ୍ମଦ ଜାଫର ଇକବାଲଙ୍କ ପାଇଁ ମଧ୍ୟ ଏହି ଘଡିସନ୍ଧୀ ମୁହୂର୍ତ ଅପ୍ରତ୍ୟାଶିତ ସମୟ ନେଇ ଆସିଛି। କ୍ରିକେଟ୍ର ଅଫ ସିଜନ୍ କାରଣରୁ ସାମ୍ପ୍ରତିକ ପରିସ୍ଥିତି ଅସୁବିଧା ନ ଥିଲେ ମଧ୍ୟ ଭବିଷ୍ୟତ କାର୍ଯ୍ୟକଳାପ ନେଇ ଅଧିକ ଚିନ୍ତିତ ହୋଇପଡିଛନ୍ତି ଜାଫର। ‘ଏବେ କିଛି କ୍ରିକେଟ୍ କାର୍ଯ୍ୟକଳାପ କଥା ଚିନ୍ତା କରୁନି। କିନ୍ତୁ ଭବିଷ୍ୟତକୁ ନେଇ ମୁଁ ଅଧିକ ଚିନ୍ତିତ। ରାଜ୍ୟ ଦୃଷ୍ଟିହୀନ କ୍ରିକେଟ୍ ସଂଘର ଏତେ ସମ୍ବଳ ନାହିଁ। ଆମେ ପ୍ରାୟୋଜକଙ୍କ ଉପରେ ନିର୍ଭର କରି ସବୁ କ୍ରିକେଟ୍ କାର୍ଯ୍ୟକଳାପ କରିଥାଉ। ପରିସ୍ଥିତି ସ୍ବାଭାବିକ ହେଲେ ବି ସେମାନେ କିଭଳି ସମର୍ଥନ କରିବେ ସେ ନେଇ ମନରେ ଆଶଙ୍କା ଆସୁଛି’ ବୋଲି ‘ସମ୍ବାଦ’ ସହିତ କଥା ହେବା ବେଳେ ପ୍ରକାଶ କରିଥିଲେ ଜାଫର।
କରୋନା ପାଇଁ ଭୁବନେଶ୍ବର ସୁନ୍ଦରପଦାସ୍ଥିତ ନିଜ ବାସଭବନରେ ଗୃହାବଦ୍ଧ ରହିଥିବା ଜାଫର ଏବେ ନିଜ ପରିବାର ସହିତ ସମୟ କାଟୁଛନ୍ତି। ପ୍ରତ୍ୟେକଦିନ ସକାଳୁ ବର୍ଷକର ପୁଅ ମହମ୍ମଦ ଜୁବୈର୍ ଇକବାଲ୍ ସହିତ କାଟୁଛନ୍ତି। ପତ୍ନୀ ସଗୁଫତା ପରବିନଙ୍କଠାରୁ ରୋଷେଇ ଶିଖୁଥିବା ସ୍ବୀକାର କରିଛନ୍ତି। ଇଫତାର ପାର୍ଟି ପାଇଁ ଆଳୁ ଚପ୍ ଓ ଅଣ୍ଡା ଚପ୍ ଶିଖିଥିବା କହିଥିଲେ ଜାଫର। ଯୋଗାଣ ନିଗମରେ କାର୍ଯ୍ୟରତ ଥିଲେ ମଧ୍ୟ କରୋନ ଲକ୍ଡାଉନ୍ କାରଣରୁ ଜାଫରଙ୍କୁ କାର୍ଯ୍ୟାଳୟ ଯିବାକୁ ପଡିନି। ରମଜାନ ମାସ ଚାଲିଥିବାରୁ ଏଥି ପାଇଁ ପ୍ରସ୍ତୁତି ଓ ପ୍ରାର୍ଥନାରେ ବି ସମୟ କଟୁଛି। ଅପରାହ୍ନରେ କିଛି ବ୍ୟାୟାମ କରୁଛନ୍ତି। ଅବଶିଷ୍ଟ ସମୟ ବିଶ୍ବକପ୍ର କିଛି ପୁରୁଣା ମ୍ୟାଚ୍ ଦେଖିବା ସହିତ ନିଜ ପ୍ରଦର୍ଶନକୁ ପରଖିବାରେ ବିନିଯୋଗ କରୁଛନ୍ତି। ପୁରୁଣା ଫଟୋକୁ ଦେଖି ଖୁସି ହେଉଛନ୍ତି ଏବଂ ଅନ୍ୟ ଦୁଇ ରାଜ୍ୟ ସାଥୀ ତଥା ଅନ୍ତର୍ଜାତୟ କ୍ରିକେଟର୍ ପଙ୍କଜ ଭୁଏ, ସୁଖରାମ ମାଝୀଙ୍କ ସହିତ ମଧ୍ୟ କ୍ରିକେଟ୍ କଥା ଆଲୋଚନା କରୁଛନ୍ତି ବୋଲି କହିଥିଲେ ଏହି ତାରକା କ୍ରିକେଟର୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/jf74jkfh98jk98fh7k98fh7k9f5hk465fh4k65fh4k56fhkfhkfhkfhkfhk.jpg)