ବାସୁଦେବପୁର: ଟାଉନ କ୍ଲବ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜଗବନ୍ଧୁ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ସୋମବାର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚରେ ଉତ୍କଳ ସ୍ପୋର୍ଟିଂ କ୍ଲବ ଜଟଣୀ ସଡନ୍ ଡେଥରେ କଟକକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଉଭୟ ଦଳର ଖେଳାଳିମାନେ ଘନଘନ ଆକ୍ରମଣ ଜାରି ରଖିଥିଲେ ବି ମ୍ୟାଚ୍ ଅମୀମାଂସିତ ରହିଥିଲା। ୪-୪ ଗୋଲରେ ଟାଇବ୍ରେକର ଡ୍ର ରହିବା ପରେ ସଡନଡେଥ ଜରିଆରେ ଜଟଣୀ କ୍ଲବ ବିଜୟୀ ହୋଇଥିଲା। ମଙ୍ଗଳବାର ଆକାଶ କ୍ଲବ କଟକ ଓ ସ୍ପୋର୍ଟସ କ୍ଲବ ଖଡଗପୁର ମଧ୍ୟରେ ଅନୁଷ୍ଠିତ ହେବ।
ଜଗବନ୍ଧୁ ସ୍ମାରକୀ ଫୁଟ୍ବଲ୍:ଜଟଣୀର ଉତ୍କଳ ସ୍ପୋର୍ଟିଂ ବିଜୟୀ
/sambad/media/post_attachments/wp-content/uploads/2018/01/jatani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)