ଭାରତୀୟ ଖୋଖୋ ଦଳରେ ଜଗନ୍ନାଥ ଓ ଭରତ

କଟକ: ବିହାରର ପାଟଣାଠାରେ ଭାରତ ଓ ନେପାଳ ମଧ୍ୟରେ ଜୁନ୍‌ ୧ ତାରିଖରେ ଖୋଖୋ ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଖୋଖୋ ଦଳର ତାଲିକା ଘୋଷଣା କରାଯାଇଛି । ଭାରତୀୟ ଦଳରେ ଓଡିଶାରୁ ଜଗନ୍ନାଥ ମୁର୍ମୁ ଓ ଭରତ କୁମାର ପ୍ରଧାନ ସ୍ଥାନ ପାଇଥିବା ଓଡିଶା ଖୋଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଜଣାଇଛନ୍ତି। ଜଗନ୍ନାଥ ବାଲେଶ୍ୱର ଜିଲ୍ଲାକୁ ଓ ଭରତ ପୁରୀ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି। ଉଭୟ ଖେଳାଳି ୨୧ତମ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡିଶାକୁ ଉପବିଜେତା କରାଇଥିଲେ। ଗତ ୪ ବର୍ଷ ହେବ ବାଲେଶ୍ୱରରେ ପ୍ରଶିକ୍ଷକ ମଳୟ ରଞ୍ଜନ ବେହେରା ଓ ସୂର୍ଯ୍ୟ ନାରାୟଣ ଜେନାଙ୍କ ପ୍ରତ୍ୟକ୍ଷ ତ୍ଵାବଧାନରେ ଉଭୟ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। ରାଜ୍ୟ ସଂଘର ସଭାପତି ନାରାୟଣ ପାତ୍ର, ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା, ବାଲେଶ୍ୱର ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଅଧିପ ଦାସ ପ୍ରମୁଖ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର