ହେଡିଙ୍ଗଲେ : ହେଡିଙ୍ଗଲେ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଦଳୀୟ ସ୍ଥିତିକୁ ସୁଦୃଢ କରିଛନ୍ତି। ବିଶେଷକରି ଓପନର ଯଶସ୍ବୀ ଜୟସ୍ବାଲଙ୍କ ଲଢୁଆ ଶତକ ଓ ଅଧିନାୟକ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ଫଳରେ ଭାରତ ଏକ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଛି।
ଏହି ମ୍ୟାଚରେ ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ବ୍ୟାଟିଂ ଓପନ କରିଥିଲେ। କେଏଲ ରାହୁଲ ୪୨ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ତେବେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ସାଇ ସୁଦର୍ଶନ ଖାତା ଖୋଲିପାରିନଥିଲେ ।
ତାଙ୍କ ପରେ ଆସିଥିବା ଶୁଭମନ ଗିଲ୍ ସତର୍କତାର ସହ ବ୍ୟାଟିଂ କରି ଜୟସ୍ବାଲଙ୍କ ସହ ଏକ ଭଲ ପାର୍ଟନରସିପ କରିଥିଲେ । ଜୟସ୍ବାଲ ମାତ୍ର ୧୫୬ ବଲରେ ଶତକ ପୂରଣ କରିଥିଲେ, ଯହାକି ଟେଷ୍ଟ କ୍ରିକେଟ ଦୃଷ୍ଟିରୁ ଏକ ଦ୍ରୁତ ଶତକ ବୋଲି କୁହାଯିବ । ଚାପାନ ବିରତି ସୁଦ୍ଧା ଜୟସ୍ବାଲ ୧୦୦ ଓ ଗିଲ୍ ୫୮ ରନରେ ଅପରାଜିତ ଅଛନ୍ତି ଓ ଭାରତର ସ୍କୋର ୨ ଓ୍ବିକେଟରେ ୨୧୫ ରନ କରିଛି । ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/20/test1-2025-06-20-20-38-15.jpg)