କୁନ୍ଦଳିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଝାଡଖଣ୍ଡକୁ ହରାଇ ଯାଜପୁର ବିଜୟୀ

ବାଙ୍ଗିରିପୋଷି: ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ଫଚାୟତ କୁନ୍ଦଳିଆ ଠାରେ ଆଦିମ ୟଙ୍ଗମ୍ୟାନ ଏସୋସିଏସନ ତରଫରୁ ୨୯ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗମକେ ସୁଦାମ ମାରାଣ୍ଡି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ୧୬ଟି ଦଳକୁ ନେଇ ଖେଳା ଯାଉଥିବା ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଛନ୍ତି।

ଫାଇନାଲ ମ୍ୟାଚ୍‌ରେ ଯାଜପୁରର ଏମଡିଏମ ଫୁଟବଲ ଦଳ ୨-୦ରେ ଝାଡଖଣ୍ଡର ବାଗାନଡିହି ଫୁଟବଲ ଦଳକୁ ହରାଇ ବିଜୟୀ ହୋଇଛି। ଯାଜପୁର ଦଳକୁ ୭୦ ହଜାର ଟଙ୍କା, ଦ୍ଵିତୀୟ ଦଳ ଝାଡଖଣ୍ଡ ଦଳକୁ ୫୦ ହଜାର ଟଙ୍କା, ତୃତୀୟ ଦଳ ଭଦ୍ରକକୁ ୧୫ ହଜାର ଟଙ୍କା, ଚତୁର୍ଥ ଦଳ ଗୋରୁମହିଷାଣୀକୁ ୧୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।

ସମ୍ମାନିତ ଅତିଥି ଭାବେ ବାଙ୍ଗିରିପୋଷି ବ୍ଲକ ଅଧକ୍ଷ ସୁବୋଧ ମାରାଣ୍ଡି, ପୂର୍ବତନ ବ୍ଲକ ଅଧକ୍ଷ ପ୍ରିୟନାଥ ମାରାଣ୍ଡି, ରାମଚନ୍ଦ୍ର ମୁର୍ମୁ, ପୂର୍ବତନ ସାରସକଣା ବିଧାୟକ ଭାଦବ ହାଃସଦା, ପୂର୍ବତନ ବାଙ୍ଗିରିପୋଷି ବିଧାୟକ ଅଝେନ ମୁର୍ମୁ, କୁଳିଅଣା ପୂର୍ବତନ ବ୍ଲକ ଅଧକ୍ଷ ଦୁର୍ଗା ମାରାଣ୍ଡି, ପୂର୍ବତନ ୨୭ ନଂ ଜିଲ୍ଲାପରିଷଦ ମାସକାଲସିଂ ପୂର୍ତୀ, ମୂଖ୍ୟବକ୍ତା ପିତାମ୍ବର ମାରାଣ୍ଡି, ସମାଜସେବୀ ବିଶ୍ୱଜିତ ଶର୍ମା, ମତିଲାଲ ଦାଶ, ପ୍ରଭାତ ପାତ୍ର, ଅମର ସେଠୀ, ଦ୍ଵିପକ ମାହାନ୍ତି ସହିତ କ୍ଲବର ସଭାପତି କ୍ଷୀରୋଦ ପାତ୍ର, ମାନସିଂ ମାରାଣ୍ଡି, ସୀତା ରାମ ସୁଲତାନ ହାଃସଦା, ସରୋଜ ସୋରେନ ସହିତ କ୍ଲବର ସମସ୍ତ ସଦସ୍ୟ ଓ ୧୦ ହଜାରରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର