ଜାତୀୟ ଅସିଚାଳନାରେ ଜମ୍ମୁ, ହରିୟାଣା ବିଜେତା

କଟକ: ଜମ୍ମୁ କାଶ୍ମୀର ଓ ହରିଆଣା ୩୦ତମ ଜାତୀୟ କନିଷ୍ଠ ଅସିଚାଳନା ପ୍ରତିଯୋଗିତାରେ ଯଥାକ୍ରମେ ବାଳକ ଓ ବାଳିକା ବର୍ଗର ବିଜେତା ହୋଇଛନ୍ତି। ବାଳକରେ ଜମ୍ମୁ କାଶ୍ମୀର, ତେଲେଙ୍ଗାନା ଓ ହରିୟାଣା ମଧ୍ୟରେ ପଏଣ୍ଟ ସମାନ (୧୨) ରହିଥିଲା। ପରେ ଧର୍ମଗୁଳା ପକାଯାଇ ବିଜେତା ନିର୍ଧାରଣ କରାଯାଇଥିଲା। ଫଳରେ ଜମ୍ମୁ କାଶ୍ମୀର ପ୍ରଥମ ଓ ତେଲେଙ୍ଗାନା ଦ୍ବିତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ବାଳିକା ବର୍ଗରେ ହରିୟାଣା ସର୍ବାଧିକ ୨୬ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ମଣିପୁର ୨୦ ପଏଣ୍ଟ ସହ ଉପବିଜେତା ଓ ଜମ୍ମୁ କାଶ୍ମୀର ୧୪ ପଏଣ୍ଟ ପାଇ ତୃତୀୟରେ ରହିଥିଲା।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସିଏମ୍‌ସି ମେୟର ସୁବାସ ସି˚ହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ସ˚ଘର ପୂର୍ବତନ ସମ୍ପାଦକ ଅଶୋକ ଧିଣ୍ତାରେ, ରାଜ୍ୟ ସ˚ଘ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ନିର୍ମଳ ବିକାଶ ମହାପାତ୍ର, ଯୁଗ୍ମ ସମ୍ପାଦକ ଶଶୀକାନ୍ତ ନାୟକ, ରମେଶ ମଲ୍ଲିକ, ଶୈଳେନ୍ଦ୍ର ସାହୁ, ଅମ୍ରିତ କୁମାର ସାହୁ, ପ୍ରସନ୍ନ ରାଉତ, ତପନ ସହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର