ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ କପ: କଟକକୁ ହରାଇ ସେମି ଫାଇନାଲରେ ଜାମସେଦପୁର

ବୀରମହାରାଜପୁର: କଟକର ଆରସିସିକୁ ଜାମସେଦପୁର(ଝାରଖଣ୍ଡ)ର ଏଲ୍‌ ଟାଉନ୍‌ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛିା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡ଼ିଆ ଠାରେ ୨୨ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିିକେଟ କପର ପୁଲ-ବିର ୨ୟ ମ୍ୟାଚ ଟି-୨୦ ଓ ଟି-୧୦ ଫର୍ମାଟ ବିଶିଷ୍ଠ ହୋଇଥିଲା। ପ୍ରଥମେ ଖେଳା ଯାଇଥିବା ଟି-୨୦ ମ୍ୟାଚରେ କଟକ ଦଳ ଟସ୍‌ ଜିଣି ଜାମସେଦପୁରକୁ ବେଟିଂ ପାଇଁ ଆମନ୍ତ୍ରଣ କରିିଥିଲାା ଜାମସେଦପୁର ୪ ଉଇକେଟ ବିନିମିୟରେ ୨୦ ଓଭରରେ ୨୨୫ ରନ୍‌ ସଂଗ୍ରହ କରିଥିଲାା ଦଳ ପକ୍ଷରୁ ଅଧିନାୟକ କୁଶ୍‌ ଝା ୭୪ରନ୍‌, ତାଲି ୩୮ ରନ୍‌ ଓ ଅମନ ୩୬ ରନ୍‌ ଓ ଅମରଦୀପ ୨୮ ରନ୍‌ ସଂଗ୍ରହ କରିଥିଲେ । ବିପକ୍ଷ କଟକ ଦଳର ଧନୟ ବ୍ରଜ କିଶୋର ଓ ତୁଷାର ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

ଜବାବରେ କଟକ ଦଳର ସମସ୍ତ ଉଇକେଟ ହରାଇ ୧୩.୧ ଓଭରରେ ୭୪ ରନ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ରବି ପଟ୍ଟନାୟକ ସର୍ବାଧିକ ୩୪ ରନ କରିଥିଲୋ ବିପକ୍ଷ ଜାମସେଦପୁର ଦଳର ରାଜା ଗୁପ୍ତା ୫ଟି ଉଇକେଟ ଓ ରବି ଶର୍ମା ୩ଟି ଉଇକେଟ ଅକ୍ତିଆର କରିଥିଲେ । ପରେ ଅନୁଷ୍ଠିତ ହୋଇଥିବା ଟି-୧୦ ମ୍ୟାଚ୍‌ରେ କଟକ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ନିର୍ଦ୍ଧାରିତ ୧୦ ଓଭରରେ ୯୧ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦେବିଦତ୍ତ ୨୮ଟି ଓ ଶିବ ଶଙ୍କର ୧୭ ରନ୍‌ ସଂଗ୍ରହ କରିଥିଲେ । ବିପକ୍ଷ ଜାମସେଦପୁରର ରାଜା, ରବି ଯାଦବ ଓ ଜିତେନ୍ଦ୍ର ଗୋଟିଏ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ । ଜବାବରେ ଜାମସେଦପୁର ଅଧିନାୟକ କୁଶ ଝାଙ୍କ ୫୮ରନ ସହାୟତାରେ ୯.୩ ଓଭରରେ ଆବଶ୍ୟକ ୯୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ।

ଜାମସେଦପୁର ଉଭୟ ଫର୍ମାଟରେ ବିଜୟୀ ହୋଇ ୨-୦ରେ କଟକକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ସମିତି ସଦସ୍ୟ ପିତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରଷ୍କାର ବିତରଣୀ ଉତ୍ସବରେ ମୁଷୁଣ୍ଢି ସମିତି ସଭ୍ୟ ଚିତରଂଜନ ସାହୁ ରେଢାଖୋଲସ୍ଥିତ କଲିଙ୍ଗ ଇନୋଭେଟିଭ ଯକ୍ତ ଦୁଇ କଲେଜର ପରିଚାଳକ କୌଶିକ କନୱର ଅଧ୍ୟକ୍ଷ ଅମ୍ବୋଜ ପଟ୍ଟନାୟକ ମନୋରନ ଦାଶ ଓ ସୁଶୀଳ ପ୍ରଧାନ ପ୍ରମୁଖ ଅତିଥିଭାବରେ ଯୋଗ ଦେଇ ଜାମସେଦପୁର ଟିମ୍‌ର କୁଶ ଝାଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରଷ୍କୃତ କରିଥିଲେ। ଅମ୍ପାୟାର ଜୟ ପ୍ରକାଶ ସାହୁ ଓ ଶ୍ୟାମ ସୁନ୍ଦର ପଣ୍ଡା ଖେଳ ପରିଚାଳନା କରିଥିଲୋ ବାଙ୍କ ବିହାରୀ ମହାକୁର ସ୍କୋରିଙ୍ଗ୍‌ ଏବଂ ଆଶିଷ ଦେଓ, ମ୍ୟାକ୍‌ ମିଳନ ପିଙ୍କୁ ଓ ପ୍ରାଣବନ୍ଧୁ ଧାରା ଧାରାବିବରଣୀ ପ୍ରଦାନ କରିଥିଲେ। ଗୁରୁବାର ଜାମସେଦପୁର ଓ ସମ୍ବଲପୁର ମଧ୍ୟରେ ହେବ ବୋଲି ଆୟୋଜକ ଜୟ ଜଗନ୍ନାଥ ସ୍ପୋଟିଙ୍ଗ୍‌ କ୍ଲବ କମିଟି ସୁତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର