ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରିକ୍ବାର୍ଟରରେ ଜମୁନା

ଉଲାନ୍‌ ଉଦେ (ରୁଷିଆ): ଭାରତୀୟ ଯୋଦ୍ଧା ଜମୁନା ବୋରୋ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଶୁକ୍ରବାର ପ୍ରଥମ ରାଉଣ୍ଡ୍‌ ଲଢ଼େଇରେ ଜମୁନା ମଙ୍ଗୋଲିଆର ମିଚିଦ୍‌ମା ଏର୍ଦେ‌ନ୍‌ଦଲାଇଙ୍କୁ ୫-୦ରେ ପରାସ୍ତ କରି ପ୍ରିକ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ୨୨ ବର୍ଷ ବୟସ୍କା ଜମୁନା ପ୍ରିକ୍ବାର୍ଟରରେ ଆଲ୍‌ଜେରିଆର ପଞ୍ଚମ ମାନ୍ୟତାପ୍ରାପ୍ତ ଓଇଦାଦ୍‌ ଫୋହଙ୍କୁ ଭେଟିବେ। ୨୦୧୭ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଫୋହ ପ୍ରଥମ ରାଉଣ୍ଡ୍‌ରେ ବାଇ ପାଇଛନ୍ତି।

ସମ୍ବନ୍ଧିତ ଖବର