ଜେନେସିସ୍‌ କାର୍ଯ୍ୟକ୍ରମରେ ଭାଗନେବେ ୩ କ୍ରୀଡ଼ାବିତ୍‌

ଭୁବନେଶ୍ବର : ଜାପାନରେ ନଭେମ୍ଭର ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜେ‌ନେସିସ୍‌ (ଜାପାନ-ପୂର୍ବ ଏସିଆ ଛାତ୍ର ସଂଯୋଗ ଓ ଯୁବ ଭାବ ବିନିମୟ) କାର୍ଯ୍ୟକ୍ରମରେ ୩ ଓଡ଼ିଆ‌ ଖେଳାଳି ଭାଗନେବେ। ଭାରତୀୟ କନିଷ୍ଠ ମହିଳା ରଗ୍‌ବି ଦଳର ପୂର୍ବତନ ଅଧିନାୟିକା ସୁମିତ୍ରା ନାୟକ, ଅନ୍ତର୍ଜାତୀୟ ଖେଳାଳି ମୁନା ମୁର୍ମୁ ଏବଂ ଦିବ୍ୟରଂଜନ ଦାସଙ୍କୁ ମିଳିଛି ଏହି ସୁଯୋଗ। ସୁମିତ୍ରା ଖେଳାଳି ଭାବେ, ମୁନା ପ୍ରଶିକ୍ଷକ ଭାବେ ଏବଂ ଦିବ୍ୟ ରେଫରି ଭାବେ ଅଂଶଗ୍ରହଣ କରିବେ। ଶୁକ୍ରବାର ଏମାନେ ଭୁବନେଶ୍ବର ଛାଡ଼ିବେ। ଗୁରୁବାର ସମସ୍ତଙ୍କୁ କିସ୍‌ ଓ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍ ସଂଘ (ଓରଫା)ର ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ଏବଂ କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର