ଜାପାନ କରାଟେ ସୁଟୋକାଇ ପ୍ରଶିକ୍ଷଣ ଉଦ୍‌ଯାପିତ

03

ଭୁବନେଶ୍ବର: ଓକିନାୱା କରାଟେ ସ୍କୁଲ ଆନୁକୂଲ୍ୟରେ ଆୟୋଜିତ ଜାପାନ କରାଟେ ସୁଟୋକାଇ ପ୍ରଶିକ୍ଷଣ ସେମିନାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଭେ‌ଙ୍କେଟଶ୍ବର ଇଂଲିସ୍‌ ମିଡିୟମ ସ୍କୁଲ୍‌ଠାରେ ଆୟୋଜିତ ଏହି ସେମିନାରରେ ୨୫ ଜଣ ଭାଗନେଇଥିଲେ। ପ୍ରଶିକ୍ଷଣ ପରେ ‌ପ୍ରଶିକ୍ଷାର୍ଥୀଙ୍କୁ ବେଲ୍ଟ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଜାପାନ କରାଟେ ସୁଟୋକାଇ ଓଡ଼ିଶା ମୁଖ୍ୟ ସେନସାଇ ସୌମ୍ୟରଂଜନ ଦାସ ପରିଚାଳିନା କରିଥିଲା ବେଳେ ଜ୍ଞାନରଂଜନ ନନ୍ଦ ସହ‌ଯୋଗ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସ୍କୁଲ୍‌ର ସମ୍ପାଦକ ବସନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଜି ରାମ କିଶୋର, ଉପାଧ୍ୟକ୍ଷ ବିଜୟ ନାୟକ, ସୋନାଲି ସିଂହ ଏବଂ ମିନତୀ ରଥ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର