ମୁମ୍ବାଇ: ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମରାଙ୍କ  ଆଉ ଏକ ରେକର୍ଡ କରିଛନ୍ତି  । ୧୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି ବୁମରା।  ଆଜିର ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ସେ । ତାଙ୍କର ୧୦୦ତମ ଶିକାର ପାଲଟିଛନ୍ତି ଶ୍ରୀଲଙ୍କା ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେ।  ମାତ୍ର ୫୭ଟି ମ୍ୟାଚରୁ ଏହି ଉପଲବ୍ଧି ହାସଲ କରିଛନ୍ତି ଭାରତର ଦ୍ରୁତ ବୋଲର ଯଶପ୍ରୀତ।

Advertisment

publive-image bcci

ଅର୍ନ୍ତଜାତୀୟ ଦିନିକିଆରେ ଭାରତ ପକ୍ଷରୁ ଦ୍ରୁତ ୧୦୦ ୱିକେଟ ହାସଲ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଯଶପ୍ରୀତ ବୁମରା । ଏହାପୂର୍ବରୁ ମହମ୍ମଦ ସାମି ୫୬ଟି ଇନିଂସରୁ ୧୦୦ ୱିକେଟ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ । ତେବେ ବୁମରା ପୂର୍ବତନ ଭାରତୀୟ ବୋଲର ଜାହିର ଖାନଙ୍କ ରେକର୍ଡ ଭାଙ୍ଗି ଏହି ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଜାହିର ଖାନ୍ ୬୫ଟି ମ୍ୟାଚରୁ ଦ୍ରୁତ ୧୦୦ ୱିକେଟ ହାସଲ କରିଥିଲେ ।

ଚଳିତ ବିଶ୍ୱକପରେ ବୁମରା ମୋଟ ୮ଟି ମ୍ୟାଚରୁ ୧୬ଟି ୱିକେଟ ହାସଲ କରିଛନ୍ତି । ତେବେ ଅର୍ନ୍ତଜାତୀୟ କ୍ରିକେଟରେ ସବୁଠୁ କମ ଇନିଂସରେ ୧୦୦ ୱିକେଟ ହାସଲ କରିବାର ରେକର୍ଡ ଆଫଗାନିସ୍ତାନର ରସିଦ୍ ଖାନଙ୍କ ନାଁରେ ରହିଛି । ରସିଦ ମୋଟ ୪୪ଟି ମ୍ୟାଚରୁ ୧୦୦ ୱିକେଟ ହାସଲ କରି ରେକର୍ଡ କରିଛନ୍ତି ।