ବିରାଟ-ଅଶ୍ୱିନଙ୍କୁ ଚ୍ୟାଲେଞ୍ଜ କରିବାକୁ ହୋଲଡର ପ୍ରସ୍ତୁତ, କହିଲେ- ଆମକୁ ଭଲ ପ୍ରଦର୍ଶନ କରିବାକୁ ହେବ

ଆଣ୍ଟିଗୁଆ: ଭାରତ ବିପକ୍ଷରେ ଟି-୨୦ ଓ ଦିନିକିଆ ଶୃଙ୍ଖଳା ହାରିବା ପରେ ୱେଷ୍ଟଇଣ୍ଡିଜ ଅଧିନାୟକ ଜସନ୍‌ ହୋଲଡର ଓ ତାଙ୍କର ଟିମ୍‌ ଟେଷ୍ଟ ଶୃଙ୍ଖଳା ପାଇଁ ମଜବୁତ ଭାବେ ପ୍ରସ୍ତୁତ ହୋଇଛି। ମ୍ୟାଚ୍‌ ପୂର୍ବରୁ ହୋଲଡର କହିଛନ୍ତି, ଟିମ୍‌ର ମାନସିକତା ବହୁତ ସକାରାତ୍ମକ। ଘରୋଇ ପଡିଆରେ ଟିମ୍‌ ନୂଆ ଅବତାର ନେଇ ଖେଳିବ। ଏଥିପାଇଁ ଆତ୍ମବିଶ୍ୱାସ ସହିତ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ଆମେ କିଛି ବର୍ଷ ହେବ ଟେଷ୍ଟ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଛୁ। ଏଥିରୁ କିଛି ମ୍ୟାଚ୍‌ ଜିତିଛୁ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ଠାରୁ ଆଣ୍ଟିଗୁଆରେ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପର ଅଂଶବିଶେଷ। ଉଭୟ ଟିମ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳା ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଅଗଷ୍ଟ ୩୦ରୁ କିଙ୍ଗଷ୍ଟନ୍‌ରେ ଖେଳାଯିବ।

ଜସନ୍‌ ହୋଲ୍‌ଡର କହିଛନ୍ତି, ଯଦି ଆମେ ଶୀର୍ଷ ଟିମ୍‌କୁ ପରାସ୍ତ କରିବାକୁ ମନ ବଳାଇବା, ତା’ହେଲେ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବାକୁ ହେବ। ମୁଁ ବ୍ୟକ୍ତିଗତ ଭାବେ ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ବିପକ୍ଷରେ ଖେଳିବା ଚ୍ୟାଲେଞ୍ଜିଙ୍କୁ ନେଇ ଅଧିକ ଉତ୍ସାହିତ। ହୋଲ୍‌ଡର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଆମେ ଯେତେବେଳେ ସର୍ବଶ୍ରେଷ୍ଠ ଟିମକୁ ମୁକାବିଲା କରିବାକୁ ଯାଉଛୁ, ବହୁତ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର