ସେମିଫାଇନାଲ ପୂର୍ବରୁ ଇଂଲଣ୍ଡ ଦଳକୁ ଶକ୍ତ ଧକ୍କା, ଆହତଜନିତ କାରଣରୁ ବାଦ ପଡ଼ିଲେ ଜାସନ ରଏ

ଦୁବାଇ : ଟି-୨୦ ବିଶ୍ବକପ ସେମିଫାଇନାଲ ପୂର୍ବରୁ ଇଂଲଣ୍ଡ ଦଳକୁ ଏକ ବଡ଼ ଝଟକା ମିଳିଛି । ଦଳର ତାରକା ବ୍ୟାଟ୍ସମ୍ୟାନ ଜାସନ ରଏ ଆହତ ଜନିତ କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଜେମ୍ସ ଭିନ୍ସଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି । ଆଇସିସିର ଇଭେଣ୍ଟ ଟେକନିକାଲ କମିଟି ଭିନ୍ସଙ୍କ ନାମକୁ ମଂଜୁର କରିଛି ।

ଅଭିଜ୍ଞ ଜାସନ ରଏ ସ୍ଥାନରେ ଦଳରେ ସାମିଲ ହୋଇଥିବା ଭିନ୍ସଙ୍କ ଅନ୍ତର୍ଜାତୀୟ ଅଭିଜ୍ଞତା ଅପେକ୍ଷାକୃତ କମ । ସେ ୧୩ଟି ଟେଷ୍ଟ, ୧୯ଟି ଏକଦିବସୀୟ ଓ ୧୩ଟି ଟି-୨୦ ଖେଳିଛନ୍ତି ।

ଇଂଲଣ୍ଡର ପୂର୍ବ ମ୍ୟାଚରେ ଜାସନ ରଏ ବ୍ୟାଟିଂ କରୁଥିବାବେଳେ ତାଙ୍କ ଗୋଡ଼ ଆଘାତପ୍ରାପ୍ତ ହୋଇଥିଲା । ଏହି କାରଣରୁ ତାଙ୍କୁ ଦଳରୁ ବିଶ୍ରାମ ଦିଆଯାଇଛି । ଚଳିତ ବିଶ୍ବକପରେ ସେ ଇଂଲଣ୍ଡ ପାଇଁ ଜସ ବଟଲରଙ୍କ ପରେ ୨ୟ ସର୍ବାଧିକ ସ୍କୋର କରିଛନ୍ତି । ବାଂଲାଦେଶ ବିରୋଧରେ ସେ ୬୧ ରନ କରିଥିଲେ ।

ଇଂଲଣ୍ଡ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବେନ ଷ୍ଟୋକ୍ସ ପୂର୍ବରୁ ଖେଳୁନଥିବାବେଳେ ରଏ ବାଦ ପଡ଼ିବା ଦଳର ବ୍ୟାଟିଂ ଲାଇନଅପକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର