ଭାରତକୁ ଝଟକା, ଇଂଲଣ୍ଡ ବିପକ୍ଷରେ ବୁମରା ଖେଳିବେନି ଦିନିକିଆ, ଟି-୨୦

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଗାମୀ ଟି-୨୦ ଓ ଦିନିକିଆ ଶୃଙ୍ଖଳାରେ ଖେଳିବେ ନାହିଁ। ବୁମରାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଏକାଦଶରୁ ବାହାର ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ ଅନ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ।

ସୂଚନା ଅନୁସାରେ ବୁମରା ଆର୍ୟାରଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ଖେଳୁଥିବା ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଇଂଲଣ୍ଡରେ ଭାରତ ୩ଟି ଟି-୨୦ ଓ ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ ଖେଳିବ। ଅନ୍ୟପକ୍ଷରେ ବିସିସିଆଇ ଟିମ ଇଣ୍ଡିଆର ଗସ୍ତକୁ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ ଭାବେ ଦେଖିଛି। ଆସନ୍ତା ବର୍ଷ ଇଂଲଣ୍ଡରେ ବିଶ୍ୱକପ ଖେଳାଯିବ।

ବୁମରା ଖୁବ ଶୀଘ୍ର ଭଲ ହୋଇଯିବେ ବୋଲି ଟିମ୍‌ ଇଣ୍ଡିଆ ଆଶା କରୁଛି। କାରଣ ସେ ଭଲ ହୋଇଗଲେ ଟେଷ୍ଟ ଶୃଙ୍ଖଳାରେ ମ୍ୟାଚ ଖେଳିପାରିବେ। ଆଶା କରାଯାଉଛି ଯେ, ବୁମରାଙ୍କ ସ୍ଥାନରେ ମୁମ୍ବାଇର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର କିମ୍ବା ରାଜସ୍ଥାନର ଦୀପକ ଚାହରଙ୍କୁ ସୁଯୋଗ ମିଳିପାରେ। ଉଭୟ ଖେଳାଳି ଚେନ୍ନାଇ ସୁପର କିଙ୍ଗସ୍‌ରେ ଖେଳିଛନ୍ତି।

ସମ୍ବନ୍ଧିତ ଖବର