ବେଙ୍ଗାଲୁରୁ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଜାରି ଥିବା ବେଳେ ଟି-୨୦ ଶୃଙ୍ଖଳାରେ ଯଦି କେହି ବୋଲରକୁ ସବୁଠାରୁ ଘାତକ କହିବାର ଅଛି, ସେ ହେଉଛନ୍ତି ଯଶପ୍ରୀତ ବୁମରା। ଏହି ବୟାନ କୌଣସି ଭାରତୀୟ କ୍ରିକେଟରଙ୍କ ନୁହେଁ। ବରଂ ଏହା କହିଛନ୍ତି ଜଣେ ଅଷ୍ଟ୍ରେଲିଆର ବୋଲର। ଆଜିର ଦିନରେ ପେଟ କମିନ୍ସ ଅଷ୍ଟ୍ରେଲିଆର ସବୁଠାରୁ ଭରସାଯୋଗ୍ୟ କ୍ରିକେଟର। କାରଣ ସେ ଅଷ୍ଟ୍ରେଲିଆକୁ ବୋଲିଂ ଦିଗରେ ଯାହା ଦରକାର ହୋଇଥାଏ, ସେହି କାମ କରିଥାନ୍ତି ଏହି ବୋଲର। ଫର୍ମରେ ଥିବା କମିନ୍ସ କହିଛନ୍ତି, ଯଶପ୍ରୀତ ବୁମରାଙ୍କ ଦ୍ରୁତ ଏବଂ ସଠିକତା ତାଙ୍କୁ ତିନିଟି ଫର୍ମାଟରେ ଘାତକ କରୁଛି।

Advertisment

ପେଟ୍‌ କମିନ୍ସ ଗତ ୧୨ ମାସରେ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ଦ୍ରୁତ ବୋଲର ଭାବରେ ନିଜକୁ ପ୍ରମାଣିତ କରିଛନ୍ତି। କମିନ୍ସ ରବିବାର ମ୍ୟାଚରେ ବିଶାଖାପାଟଣାରେ ମଧ୍ୟ ଶେଷ ୨ଟି ବଲ ଖେଳି ଚୌକା ଏବଂ ୨ରନ୍‌ କରିଥିଲେ। ବୁମରା ଏହି ମ୍ୟାଚର ୧୯ତମ ଓଭରରେ ୨ ରନ୍‌ ଦେଇ ୨ ଓ୍ଵିକେଟ୍‌ ନେଇଥିଲେ। ମାତ୍ର ବୁମରାଙ୍କ ଉଦ୍ୟମରୁ ଭାରତ ଲାଭ ଉଠାଇ ପାରି ନଥିଲା। ଉମେଶ ଯାଦବ ଶେଷ ଓଭର ବୋଲିଂ କରି ୧୪ ରନ୍‌ ଦେଇଥିଲେ।