ମୁମ୍ବାଇ : ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଇଂଲଣ୍ଡ ବିରୋଧ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଋଷଭ ପନ୍ତ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏ ସଂପର୍କରେ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ।

Advertisment

ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ବୁଧବାର କରାଯାଇଥିବା ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦିଆଯାଇଛି। ଫଳରେ ତାଙ୍କ ବଦଳରେ ବୁମ୍‌ରା ଭାରତୀୟ ଦଳର ନେତୃତ୍ବ ନେବେ ।

କିମ୍ବଦନ୍ତି କ୍ରିକେଟର କପିଳ ଦେବଙ୍କ ପରେ ସେ ୨ୟ ପେସର ଭାବେ ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ନେବେ । ଦୀର୍ଘ ୩୫ ବର୍ଷ ପରେ ଜଣେ ପେସର୍‌ ଭାବେ ବୁମ୍‌ରା‌ ଭାରତୀୟ ଦଳର ନେତୃତ୍ବ ନେବାର ଗୌରବ ପାଇଛନ୍ତି । ୧୯୮୭ରେ କପିଳ ଦେବଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା ପରଠାରୁ ଏପର୍ଯ୍ୟନ୍ତ କୌଣସି ଭାରତୀୟ ପେସର୍‌ ଅଧିନାୟକ ଦାୟିତ୍ବ ତୁଲାଇବାର ସୁଯୋଗ ପାଇନଥିଲେ। ଏପରିକି ଭାରତୀୟ ଦଳର ଦୁଇ ପ୍ରମୁଖ ଫାଷ୍ଟ ବୋଲର ଜଭଗଲ ଶ୍ରୀନାଥ ଓ ଜାହିର ଖାଁ ନିଜ କ୍ୟାରିୟର ମଧ୍ୟରେ କେବେ ମଧ୍ୟ ଟେଷ୍ଟ ଦଳର ଉପ-ଅଧିନାୟକ ହୋଇନାହାନ୍ତି ।