ମୁମ୍ବାଇ: ଗତକାଲି ଏସିଆ କପ୍ ଖେଳୁଥିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇ ଘରକୁ ପଳାଇ ଆସିଥିଲେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ସେ ଅଚାନକ  କଲମ୍ବୋରୁ ମୁମ୍ବାଇ ଆସିବା ପରେ କାହିଁକି ପଳାଇ ଆସିଲେ ବୋଲି ଜାଣିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଦେଖିବାକୁ ମିଳିଥିଲା।

Advertisment

ଏବେ ତାହାର କାରଣ ଜଣାପଡ଼ିଛି। ସୂଚନା ରହିଛି ଯେ ଯଶପ୍ରୀତ ବୁମ୍ରାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି। ସେହି କାରଣରୁ ସେ ନି ପତ୍ନୀଙ୍କୁ ପାଖକୁ ଫେରିଛନ୍ତି। ଆପଣ ଜାଣି ସାରିବେଣି ଯେ ବୁମ୍‌ର ବାପା ବନିବାକୁ ଯାଉଛନ୍ତି।

ତେବେ ତାଙ୍କ ପତ୍ନୀଙ୍କ ନିକଟରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ। ତେବେ ଜାଣିରଖନ୍ତୁ ଯେ ଯଶପ୍ରୀତ ବୁମ୍ରା ୨୦୨୧ ମସିହା ମାର୍ଚ ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କ ପତ୍ନୀ ସଞ୍ଜନା ଜଣେ ଟିଭି ଉପସ୍ଥାପିକା। ସେ ଜଣେ ମଡେଲ୍‌ ଭାବେ ନିଜ କ୍ୟାରିୟର୍‌ ଆରମ୍ଭ କରିଥି‌ଲେ। ସେ ଫେମିନା ମିସ୍‌ ଇଣ୍ଡିଆରେ ଫାଇନାଲିଷ୍ଟ୍‌ ରହିଥିଲେ।

ଯଦିଓ କଲମ୍ବୋରୁ ଜଶପ୍ରୀତ ବୁମ୍ରା ହଠାତ୍ ମୁମ୍ବାଇ ଫେରିବା ପଛର କାରଣ କ’ଣ ତାହା ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ଦ୍ରୁତ ବୋଲରଙ୍କ ଭାରତ ଫେରିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବ୍ୟତୀତ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଥିଲା।

ଶନିବାର ଏସିଆ କପ୍ ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଜଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଯାଇଥିଲେ। ତେବେ ବର୍ଷା ଯୋଗୁଁ ଯଶପ୍ରୀତ ବୁମ୍ରାଙ୍କୁ ବୋଲିଂ କରିବାର ସୁଯୋଗ ମିଳି ନଥିଲା।