ରବିବାର ଓଡ଼ିଆ ଝିଅ ଦୂତି ଚାନ୍ଦ ମହିଳା ୧୦୦ ମିଟରରେ ରୌପ୍ୟ ପଦକ ଜିତିବା ପୂର୍ବରୁ ଦୌଡ଼କୁଦରୁ ପ୍ରଥମ ଖୁସି ଖବର ଅନ୍ୟତମ ଓଡ଼ିଆ ତାରକା ଜଉନା ମୁର୍ମୁ (୫୯.୨୦) ଦେଇଥିଲେ। ଜଉନା ୪୦୦ ମିଟର ବାଧାଦୌଡ଼ର ଫାଇନାଲରେ ପ୍ରବେଶ କରଥିଲେ। ହିଟ୍-୧ର ଫାଷ୍ଟେଷ୍ଟ ଲୁଜର ଭାବେ ସେ ଫାଇନାଲ୍ ଟିକେଟ ହାସଲ କରିଥିଲେ। ଜଉନା ସୋମବାର ଅପରାହ୍ନ ୫ଟା ୧୫ରେ ଫାଇନାଲରେ ଅବତୀର୍ଣ୍ଣ ହେବେ। ଭାରତର ଅନୁ ରାଘବନ ମଧ୍ୟ ଏହି ବର୍ଗର ଫାଇନାଲ୍ ଯାଇଥିଲେ। ପୁରୁଷ ୪୦୦ ମିଟର ବାଧାଦୌଡ଼ରେ ସନ୍ତୋଷ କୁମାର, ଧାରୁନ୍ ଆୟାସାମୀ ଫାଇନାଲକୁ ଉନ୍ନୀତ ହୋଇଥିଲେ।