ବାଙ୍ଗାଲୋର୍ : ଜଣେ ବୋଲର ହାତରୁ ବଲ୍ ଛାଡ଼ିବା ପୂର୍ବରୁ ଯଦି ନନ୍ ଷ୍ଟ୍ରାଇକର୍ସ ପାର୍ଶ୍ବ ବ୍ୟାଟ୍ସମ୍ୟାନ୍ କ୍ରିଜ୍ ଛାଡି ଦେଉଛନ୍ତି ତେବେ ସେ କ୍ରିକେଟ ଖେଳ ଭାବନାକୁ ଅନୁସରଣ କରୁନାହାନ୍ତି। ଏଥିପାଇଁ ସେ ଯଦି ରନ୍ ଆଉଟ୍ ହେଉଛନ୍ତି ତେବେ ଆଉ କାହାରିଠୁ ସହାନୁଭୂତି ଆଶା କରିବା କଥା ନୁହେଁ। ଏଭଳି ରୋକ୍ଠୋକ୍ ଉତ୍ତର ରଖିଛନ୍ତି ଆଇସିସି ମ୍ୟାଚ୍ ରେଫରି ତଥା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜଭାଗଲ ଶ୍ରୀନାଥ। ଗତବର୍ଷ ଆଇପିଏଲ୍ରେ ଜୋସ୍ ବଟ୍ଟଲରଙ୍କୁ ଏଭଳି ଭାବେ ମଙ୍କଡିଂ ଆଉଟ୍ କରି ଭାରତୀୟ ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ ଚର୍ଚାକୁ ଆସିଥିଲେ। ବୋଲରଙ୍କ ଏହି ପୁରୁଣାକାଳିଆ ଆଚରଣକୁ ନେଇ ବିତର୍କ ବି ହୋଇଥିଲା। ଶ୍ରୀନାଥଙ୍କ ମତରେ ‘‘ଏଭଳି କାର୍ଯ୍ୟ କରି ବୋଲର କିଛି ଭୁଲ କରୁନାହାନ୍ତି। ବୋଲର୍ର କାମ ବ୍ୟାଟସମ୍ୟାନ୍ ଉପରେ ନଜର ରଖିବା। ନନ୍ ଷ୍ଟ୍ରାଇକର୍ସ ପାର୍ଶ୍ବ ବ୍ୟାଟ୍ସମ୍ୟାନ୍ ବଲ୍ ନ ପଡ଼ିବା ପୂର୍ବରୁ କ୍ରିଜ୍ ନ ଛାଡ଼ିବା କିଛି ବଡ଼ କାମ ନୁହେଁ। କାରଣ ସେ ବ୍ୟାଟିଂ କରୁନାହାନ୍ତି, କି ଅନ୍ୟ କିଛି ଚିନ୍ତା କରୁବି ନାହାନ୍ତି।’’ ଅଶ୍ବିନଙ୍କ କାର୍ଯ୍ୟକୁ ନେଇ ବହୁ ବର୍ତମାନର ଏବଂ ପୂର୍ବତନ ଖେଳାଳି ସମର୍ଥନ କରିଥିଲେ ମଧ୍ୟ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଅନୁଭବ କରନ୍ତି ବୋଲର ଏ କ୍ଷେତ୍ରରେ ଖେଳ ଭାବନାର ଉଲ୍ଲଂଘନ କରୁଛନ୍ତି। ଗତବର୍ଷ କିଙ୍ଗସ ଇଲେଭେନ୍ ପଞ୍ଜାବ ପାଇଁ ଖେଳୁଥିବା ବେଳେ ଅଶ୍ବିନ୍ ଏଭଳି କାର୍ଯ୍ୟ କରିଥିଲେ, ଏଥର କିନ୍ତୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ। ଅଶ୍ବିନଙ୍କୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ସହ ମାଲିକ ପାର୍ଥ ଜିନ୍ଦଲ ସମର୍ଥନ କରିଛନ୍ତି।
ମଙ୍କଡିଂ ରନ୍ ଆଉଟ୍ ପାଇଁ ସହାନୁଭୂତି ଆଶା ନ ରହୁ: ଶ୍ରୀନାଥ
/sambad/media/post_attachments/wp-content/uploads/2020/09/srinath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)