କଟକ: ଭାରତୀୟ ମହିଳା ଫୁଟବଲ୍ ଦଳରେ ସ୍ଥାନ ପାଇଛନ୍ତି ଜବାମଣି ଟୁଡୁ ଓ ପ୍ୟାରୀ ଖାଖା। ଆସନ୍ତା ୨୬ ତାରିଖରୁ ଭାରତୀୟ ଦଳ ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ପାଇଁ ଉଜ୍ବେକିସ୍ତାନ ଗସ୍ତ କରିବ। ସେଠାରେ ଏପ୍ରିଲ୍ ୫ ତାରିଖରେ ଉଜ୍ବେକିସ୍ତାନ ଓ ୮ ତାରିଖରେ ବେଲାରୁଷ ବିପକ୍ଷରେ ଭାରତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ। ଏଥିପାଇଁ ଘୋଷଣା ହୋଇଥିବା ୨୩ ଜଣିଆ ଭାରତୀୟ ଦଳରେ ଜବାମଣି ଓ ପ୍ୟାରୀଙ୍କୁ ସାମିଲ କରାଯାଇଛି। ଏଥିପୂର୍ବରୁ ଗତ ଡିସେମ୍ବରରୁ ଗୋଆରେ ଏଏଫ୍ସି ଏସିଆ କପ୍ ପାଇଁ ଜାତୀୟ ଦଳର ଅଭ୍ୟାସ ଶିବିର ଚାଲିଥିଲା। ଏସିଆ କପ୍ ପୂର୍ବରୁ ଏହି ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଦ୍ବାରା ଭାରତୀୟ ଖେଳାଳିଙ୍କୁ ଅଧିକ ମ୍ୟାଚ୍ ଅଭ୍ୟାସ ଯୋଗାଇଦେବା ସହ ପ୍ରତିଯୋଗିତା ପୂର୍ବରୁ ଅଧିକ ପ୍ରସ୍ତୁତ କରିପାରିବ ବୋଲି ଏଆଇଏଫ୍ଏଫ୍ ପକ୍ଷରୁ କୁହାଯାଇଛି।
ଭାରତୀୟ ଦଳ: ଅଦିତି ଚୌହାନ, ସୌମ୍ୟା ନାରାୟଣସ୍ବାମୀ, ଏମ୍. ଲିନ୍ଥୋଇ˚ଗାମ୍ବୀ ଦେବୀ, ଜବାମଣି ଟୁଡୁ, ଆଶାଲତା ଦେବୀ, ସୁଇଟି ଦେବୀ, ରିତୁ ରାଣୀ, ରଞ୍ଜନା ଚାନୁ, ଡବ୍ଲ୍ୟୁ. ଲିନ୍ଥୋଇ˚ଗାମ୍ବୀ ଦେବୀ, କ୍ରିଟିନା ଦେବୀ, ଅଞ୍ଜୁ ତମଙ୍ଗ, ଇନ୍ଦୁମତୀ କାଥିରେସନ, ମନୀଷା, ସଙ୍ଗୀତା ବାସଫୋର, ମାର୍ଟିନା ଠୋକଚୋମ, ପ୍ୟାରୀ ଖାଖା, ଡଙ୍ଗମେୟୀ ଗ୍ରେସ୍, ସୌମ୍ୟା ଗୁରୁଲୋଥ, ରେଣୁ, କରିସ୍ମା ପୁରୁଷୋତ୍ତମ ସିରଭୋଇକର, ସନ୍ଧ୍ୟା ରଙ୍ଗନାଥନ, ସୁମତୀ କୁମାରୀ, ହେଇଗ୍ରୁଜାମ ଦୟାଦେବୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/5645456f4h564f65h4s6h4fshfshfshfhhf.jpg)