“ଯବାନଙ୍କ ଜୀବନ କ୍ରିକେଟଠାରୁ ଗୁରୁତ୍ୱପୂର୍ଣ୍ଣ” ପାକିସ୍ତାନ ସହ କ୍ରିକେଟ ସଂପର୍କ ଛିନ୍ନ କରିବାକୁ ଗମ୍ଭୀରଙ୍କ ଦାବି

ନୂଆଦିଲ୍ଲୀ : ଦେଶର ବୀର ଯବାନଙ୍କ ଜୀବନ କ୍ରିକେଟଠାରୁ ଗୁରୁତ୍ୱପୂର୍ଣ୍ଣ । ଏଣୁ ଭାରତ ପାକିସ୍ତାନ ସହ କ୍ରିକେଟ ସଂପର୍କ ଛିନ୍ନ କରୁ ବୋଲି ପୂର୍ବତନ କ୍ରିକେଟ ଖେଳାଳୀ ଗୌତମ ଗମ୍ଭୀର କହିଛନ୍ତି । ସେ କହିଛନ୍ତି ଯେ ଭାରତ ସରକାର ପାକିସ୍ତାନ ସହ ସବୁ ସଂପର୍କ ଛିନ୍ନ କରନ୍ତୁ । କାରଣ ଫୁଲଓ୍ଵାମାରେ ଯାହା ହେଲା ତାହା କେବେହେଲେ ଗ୍ରହଣୀୟ ନୁହେଁ ।

ଦେଶର ସୈନିକଙ୍କ ଜୀବନ କ୍ରିକେଟଠାରୁ ଗୁରୁତ୍ୱପୂର୍ଣ୍ଣ । ଏଣୁ ଭାରତ ଦ୍ୱିପାକ୍ଷିକ ସିରିଜ ତ ଦୂରର କଥା ଏକ ତୃତୀୟ ଦେଶରେ ମଧ୍ୟ ପାକିସ୍ତାନ ସହ ଖେଳିବା ଉଚିତ ନୁହେଁ । ଏପରିକି ପାକିସ୍ତାନ ସହ ବିଶ୍ୱ କପ ଫାଇନାଲ ପଡିଲେ ମଧ୍ୟ ଭାରତ ତାହାକୁ ତ୍ୟାଗ କରିବା ଉଚିତ । ନିକଟରେ ବିସିସିଆଇ ପାକିସ୍ତାନ ସହ କ୍ରିକେଟ ସଂପର୍କ ଛିନ୍ନ କରିବାକୁ ଆଇସିସି ନିକଟରେ ଆବେଦନ କରିଥିଲା । କିନ୍ତୁ ଆଇସିସି ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ଆତଙ୍କବାଦ ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ସହ ବିଗତ କିଛି ବର୍ଷ ହେଲା କ୍ରିକେଟ ଖେଳିବା ବନ୍ଦ କରିଛି ।

ସମ୍ବନ୍ଧିତ ଖବର