ଭୁବନେଶ୍ବର: ପର୍ତ୍ତୁଗାଲରେ ଆୟୋଜିତ ଆଇଡବ୍ଲୁଏଏସ୍ ବିଶ୍ବ କ୍ରୀଡ଼ାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୩ ପଦକ ଜିତିଥିବା ଜୟନ୍ତୀ ବେହେରା ଗୁରୁବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କ୍ରୀଡ଼ା ବିଭାଗର ବରିଷ୍ଠ କର୍ମକର୍ତ୍ତା ଏବଂ ପାରା ସ୍ପୋର୍ଟ୍ସ ସଂଘର ସଦସ୍ୟମାନେ ସମ୍ବର୍ଦ୍ଧିତ କରି ପାଛୋଟି ଆଣିଥିଲେ। ପାରା ଆଥ୍ଲେଟିକ ଓଡ଼ିଶା ଅଧ୍ୟକ୍ଷ ପାରାଲିମ୍ପିଆନ୍ ମାର୍କଣ୍ଡ ରେଡ୍ଡୀ, ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ଏବଂ ଗୁରୁକୁଳ ଆଶ୍ରମର ଛାତ୍ରଛାତ୍ରୀମାନେ ଜୟନ୍ତୀଙ୍କୁ ସ୍ବାଗତ କରିବାକୁ ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ। ‘‘୧୦୦ ମିଟର ଦୌଡ଼ରେ ଜାତୀୟ ପତକା ଉଡ଼ାଇ ନପାଇବାରୁ ବହୁତ ଦୁଃଖିତ।
ପ୍ରଥମେ ୧୦୦ ମିଟର ଦୌଡ଼ ଥିଲା। ଟାଇମିଂରେ ଟିକେ ଅସୁବିଧା ହେବାରୁ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲି। କିନ୍ତୁ ପରବର୍ତ୍ତୀ ଦୁଇ ଇଭେଣ୍ଟ ୨୦୦ ଓ ୪୦୦ ମିଟର ଉପରେ ଅଧିକ ଧ୍ୟାନ ଦେଇ ସ୍ବର୍ଣ୍ଣ ଜିତିଥିଲି। ସେଠାକାର ପାଗ ବହୁତ ଥଣ୍ଡା ଥିଲା। ମୁଁ ପୂର୍ବରୁ ଏତେ ଥଣ୍ଡାରେ କେବେ ଅଭ୍ୟାସ କରିନଥିଲି। ୨ଟି ସ୍ବର୍ଣ୍ଣ ଜିତିଲେ ମଧ୍ୟ ଥଣ୍ଡା ଯୋଗୁଁ ମୋର ଟାଇମିଂ ସେତେଟା ଭଲ ହେଲାନି। ଆଗକୁ ଏସୀୟ କ୍ରୀଡ଼ା, ବିଶ୍ବ କ୍ରୀଡ଼ା ଏବଂ ଅଲିମ୍ପିକ୍ ରହିଛି। ଏଥିରେ କେମିତି ଭଲ ଟାଇମିଂ କରିବି ପ୍ରସ୍ତୁତ ହେବି’’ ବୋଲି ଜୟନ୍ତୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/56s4fh654654sfh6.jpg)