ଭୁବନେଶ୍ବର: ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଭାରତୀୟ ଓପନ ପାରା ଆଥଲେଟିକ ଚାମ୍ପିଅନସିପରେ ଓଡ଼ିଆ ଝିଅ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ୩ୟ ସ୍ୱର୍ଣ୍ଣ ମିଳିଛି। ଆଜିର ୨୦୦ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣ ପଦକ ଜିତି ହାଟ୍ରିକ ସଫଳତା ପାଇଛନ୍ତି। ଜୟନ୍ତୀ ୨୬.୭୭ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଥିଲେ। ସେ ଶ୍ରୀଲଙ୍କାର କୁମୁଦିକା ଦୟାନି (୨୭.୬୮)ଙ୍କୁ ପଛରେ ପକାଇଥିଲେ। ଏହି ପ୍ରତିଯୋଗିତାରେ ଶ୍ରୀଲଙ୍କାର ଅନ୍ୟ ପ୍ରତିଯୋଗୀ ଜନନୀ ଧନଞ୍ଜୟନା (୨୮.୨୬ ସେକେଣ୍ଡ) ତୃତୀୟ ସ୍ଥାନ ହାସଲ କରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଜୟନ୍ତୀ ବେହେରା ଶନିବାର (୪୦୦ ମିଟର) ଓ ଶୁକ୍ରବାର (୧୦୦ ମିଟର) ମଧ୍ୟ ସ୍ବର୍ଣ୍ଣପଦକ ହାସଲ କରିଥିଲେ।
ଭାରତୀୟ ଓପନ ପାରା ଆଥଲେଟିକ ଚାମ୍ପିଅନସିପ: ୩ୟ ସ୍ୱର୍ଣ୍ଣ ପଦକ ହାସଲ କଲେ ଜୟନ୍ତୀ ବେହେରା
/sambad/media/post_attachments/wp-content/uploads/2023/05/a9b0b5d5-b61f-4db3-9a92-3a831af1c70d.jpg)