ପାଣାଜୀ: ଗୋଆର ପାଣାଜୀ ସହରସ୍ଥିତ ଜିଏମ୍‌ସି ଆଥଲେଟିକ୍ସ ଷ୍ଟାଡିୟମରେ ଚାଲିଥିବା ୨୨ତମ ଜାତୀୟ ପାରା ଅଥଲେଟିକ୍ ଚାମ୍ପିଅନସିପ୍‌ ଶେଷ ହୋଇଛି। ଆଜି ଅନ୍ତିମ ଦିନରେ ଆଉ ୪ ସ୍ୱର୍ଣ୍ଣ ଓ ୧ କାଂସ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ଚମକିଛନ୍ତି। ସେ ୧୦୦ମିଟର, ୨୦୦ମିଟର ଓ ୪୦୦ମିଟରରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।ଏଥି ସହିତ ସେ ଏହି ପ୍ରତିଯୋଗିତାରେ ମହିଳା ଶ୍ରେଷ୍ଠ ଖେଳାଳି ପୁରସ୍କରପ୍ରାପ୍ତ କରିଛନ୍ତି।

Advertisment

ସେହି ପରି ଆଉ ଜଣେ ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା ଜାଭଲିନ୍‌ରେ ଏଫ୍-୫୫ ବର୍ଗ ୧୬.୯୯ ମିଟର ଫୋପାଡି ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଜାତୀୟ ରେକଡ୍ ହାସଲ କରିଛନ୍ତି। ସୁଚିତ୍ରା ସମସ୍ତଙ୍କୁ ଚମକାଇ ସାଖି କାସନା ନାମରେ ଜାଭଲିନ୍‌ ଥ୍ରୋରେ ଥିବା ୧୪.୭୩ ମି ରେକଡ୍‌କୁ ଭାଙ୍ଗି ୧୬.୯୯ ମିଟର ଫୋପଡ଼ି ଜାତୀୟ ରେକଡ୍ କରିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗୁମଡା ବାର୍ଲା ଟି-୫୪ ହୁଇଲଚେୟାର ୫୦୦୦ ମି ରନିଗ୍ ରେ ୧୯:୫୦.୮୫ ସମୟ ଅତିକ୍ରମ କରି କାଂସ୍ୟ ପଦକ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ଓଡିଶାରୁ ୨୯ ଖେଳାଳି ରାଜ୍ୟ ପାଇଁ ପ୍ରତିନିଧତ୍ଵ କରୁଥିଲେ।