ଜାତୀୟ କ୍ରୀଡ଼ା ଦିବସରେ ଜୟନ୍ତୀ ବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ପାରା ଆଥଲେଟ୍‌ ଜୟନ୍ତୀ ବେହେରାଙ୍କୁ ୨୦୧୯ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିବ। ଆସନ୍ତା ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ସ୍ଥାନୀୟ ଲୋକସେବା ଭବନ ପରିସରରେ ସନ୍ଧ୍ୟା ୫ଟାରେ ଆୟୋଜିତ ହେବାକୁ ସମାରୋହରେ ଜୟନ୍ତୀ ବେହେରା ସମ୍ମାନିତ ହେବେ। କ୍ରୀଡ଼ା ଓ ଯୁବ ସେବା ସଚିବ ବିଶାଳ ଦେବ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଝିଅ ଜୟନ୍ତୀ ବେହେରା ୨୦୧୯ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ପାରା ଆଥେଲିଟକ୍‌ ଚାମ୍ପିଅନସିପିରେ ଅଂଶଗ୍ରହଣ କରିଥିଲେ। ସେ ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍‌ସରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ସେହିପରି ୨୦୧୭ ଲଣ୍ଡନ ବିଶ୍ୱ ପାରା ଆଥେଲେଟିକ୍‌ ଚାମ୍ପିଅନସିପରେ ରୌପ୍ୟପଦକ ଜିତି ଓଡ଼ିଶା ତଥା ଭାରତର ଗୌରବ ବଢ଼ାଇଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ୪ଟି ସ୍ୱର୍ଣ୍ଣପଦକ ସମେତ ୯ଟି ପଦକର ଅଧିକାରିଣୀ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର