ବିଶ୍ବ ପାରା ଦୌଡ଼କୁଦ ଗ୍ରାଁ ପ୍ରି: ୩ ପଦକ ସହ ଜୟନ୍ତୀଙ୍କ ଅଭିଯାନ ଶେଷ

ଭୁବନେଶ୍ବର: ଦୁବ‌ାଇରେ ଆୟୋଜିତ ଫାଜା ବିଶ୍ବ ପାରା ଦୌଡ଼କୁଦ ଗ୍ରାଁପ୍ରିରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ୩ ପଦକ (୧ ରୌପ୍ୟ, ୨ କାଂସ୍ୟ) ସହ ଅଭିଯାନ ଶେଷ କରିଛନ୍ତି। ଟି-୪୭ ବର୍ଗ ୪୦୦ ମିଟର କାଂସ୍ୟ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଥିବା ଜୟନ୍ତୀ ଶେଷ ଦିନରେ ୧୦୦ ମିଟର ଦୌଡ଼ରେ କାଂସ୍ୟ ଜିତିଥିଲେ। ଏହି ରେସ୍‌କୁ ସେ ୧୩.୧୬ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଏହି ସଫଳତା ଲାଗି ଓଡ଼ିଶା ପାରା କ୍ରୀଡ଼ା ସଂଘ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର