ନୂଆଦିଲ୍ଲୀ : ‌ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସଙ୍କୁ ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ଅଟୋଗ୍ରାଫ୍‌ ଥିବା ଏକ ବ୍ୟାଟ୍‌ ଉପହାର ଦେଇଛନ୍ତି। ଅଷ୍ଟ୍ରେଲିଆକୁ ଦ୍ବିତୀୟ ଗସ୍ତରେ ଯାଇଥିବା ଅବସରରେ କାନବେରାସ୍ଥିତ ମାର୍ଲ୍ସଙ୍କ କାର୍ଯ୍ୟାଳୟରେ ଦୁଇ ଦେଶର ରାଜନେତା ଏକାଠି ହୋଇଥିଲେ। ଏହି ଉପହାର ପ୍ରଦାନ ଦ୍ବାରା ସେଠାରେ ଉଭୟ ଦେଶଙ୍କ ମଧ୍ୟରେ କ୍ରିକେଟ୍‌ ପ୍ରତି ଭଲପାଇବା ଓ ଏହା ମାଧ୍ୟମରେ ଶାନ୍ତି, ସମୃଦ୍ଧି ସ୍ଥାପନ ଉପରେ ବାର୍ତ୍ତା ପ୍ରେରଣ କରାଯାଇଥିଲା।

Advertisment

ଉପହାର ପାଇଁ ଜୟଶଙ୍କରଙ୍କୁ ମାର୍ଲ୍ସ ଧନ୍ୟବାଦ ଦେଇଥିବା ଟ୍ବି‌ଟରରେ ପୋଷ୍ଟ କରିଥିଲେ। ଗତ ଫେବ୍ରୁଆରିରେ କ୍ବାଡ୍‌ ସମ୍ମିଳନୀରେ ଯୋଗଦେବାକୁ ଜୟଶଙ୍କର ଅଷ୍ଟ୍ରେଲିଆ ଯାଇଥିବାବେଳେ ମେଲବର୍ଣ୍ଣ କ୍ରିକେଟ ପଡ଼ିଆ ବୁଲିବାକୁ ଆସିଥିଲେ। ସେଠାରେ ଅଷ୍ଟ୍ରେଲିଅ ବୈଦେଶିକ ମନ୍ତ୍ରୀ ମେରିସ୍‌ ପେନ୍‌ଙ୍କୁ କୋହଲିଙ୍କ ଅଟୋଗ୍ରାଫ୍‌ ସମ୍ବଳିତ ବ୍ୟାଟ୍‌ ଉପହାର ଦେଇ ଚର୍ଚ୍ଚାରେ ରହିଥିଲେ।